କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମଧୁସୂଦନ ଠାକୁର) : ତାଲୁକ ଆଇନ ସେବା ସମିତି କେସିଙ୍ଗା ତରଫରୁ କେସିଙ୍ଗା ବ୍ଲକ ତୁଣ୍ଡଲା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ଆଇନ ସଚେତନତା ଶିବିର ” ଜାତୀୟ ଆଇନ ସେବା ପ୍ରାଧିକରଣ ନିଶୁଳ୍କ ସହାୟତା ନମ୍ବର ୧୫୧୦୦ ଏବଂ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ କଟକ ତରଫରୁ ପ୍ରଦାନ କରାଯାଉଥିବା ଅନ୍ୟାନ୍ୟ ସହାୟତା ଏବଂ ଅନ ଲାଇନ ମାଧ୍ୟମରେ ଆଇନ ସେବା ସମ୍ବନ୍ଧୀୟ ଦରଖାସ୍ତ ପଞ୍ଜିକରଣ” ଇତ୍ୟାଦି ବିଷୟ ବସ୍ତୁ ଉପରେ ଆୟୋଜିତ ହୋଇଥିଲା। ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ତଥା ଅଧ୍ୟକ୍ଷା ତାଲୁକ ଆଇନ ସେବା ସମିତି କେସିଙ୍ଗା ଦିପ୍ତା ସେଠୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉକ୍ତ ଶିବିରରେ ବରିଷ୍ଠ ଆଇନଜୀବି ସୌମ୍ୟ ରଞ୍ଜନ ମିଶ୍ର, ପଲମ ଫାଣ୍ଡି ଅଧିକାରୀ ଜ୍ଞାନ ରଞ୍ଜନ ମାଝୀ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପାର୍ଥ ରଣା ଙ୍କ ସମେତ ଗ୍ରାମର ଜନସାଧାରଣ ମାନେ ଉପସ୍ଥିତ ଥିଲେ।