ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ପ୍ରଦୀପ ପଣ୍ଡା) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ବଡକୁଟୃ ମିନି ଷ୍ଟାଡିୟମ ଠାରେ ନବ ଶକ୍ତୀ ଯୁବକ ସଂଘ ନକଆଉଟ କ୍ରିକେଟ ଟୁର୍ଉଣ୍ଣାମେଣ୍ଟର ଉଦଯାପିତ ହୋଇଯାଇଛି। ଏନ୍ଏସିୱଇ ଦ୍ବାରା ଆୟୋଜିତ ଦ୍ବିତୀୟ ସଂସ୍କରଣର ଏହି ଫାଇନାଲ ଖେଳରେ ରଣମାଲ ଦଳ ପଣ୍ଡିଗାଁକୁ ହରାଇ ଟୁର୍ଣ୍ଣାମେଣ୍ଟ ଚମ୍ପିୟାନ ହୋଇଛି। ସ୍ଥାନୀୟ ଅଞ୍ଚଳର ୧୬ ଗୋଟି ଦଳକୁ ନେଇ ସପ୍ତାହ ବ୍ୟାପି ଏହି ଟୁର୍ଆଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା। ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ୍ ବଡକୁଟୃ ଏବଂ ରଣମାଲ ମଧ୍ୟରେ ଖେଳାଯାଇଥିଲା। ଏଥିରେ ବଡକୁଟୃ କୁ ହରାଇ ଫାଇନାଲ୍ କୁ ଉନ୍ନୀତ ହୋଇଥିଲା ରଣମାଲ ଦଳ। ଅନ୍ୟ ଏକ ସେମିଫାଇନାଲ୍ ମ୍ୟାଚ ପଣ୍ଡି ଗାଁ ଏବଂ ମାଟିଖାଲ ମଧ୍ୟରେ ହୋଇଥିବା ମ୍ୟାଚରେ ପଣ୍ଡି ଗାଁ ଫାଇନାଲ୍ ରେ ପହଞ୍ଚି ଥିଲା। ରଣମାଲ ଏବଂ ପଣ୍ଡି ଗାଁ ମଧ୍ୟରେ ହୋଇଥିବା ଫାଇନାଲ୍ ମ୍ୟାଚରେ ପ୍ରଥମେ ଟସ୍ ଜିଣି ରଣମାଲ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୭ ଓ୍ବିକେଟ ହରାଇ ୯୮ ରନ୍ ସଂଗ୍ରହ କରିପାରିଥିଲା। ୯୯ ରନ୍ ର ବିଜୟ ଲକ୍ଷ ନେଇ ବିପକ୍ଷ ପଣ୍ଡି ଗାଁ ଦଳ ୧୦ ଓଭର୍ ମଧ୍ୟ ଖେଳି ପାରିନଥିଲା ଏବଂ ୯.୩ଓଭରରେ ସମସ୍ତ ଓ୍ବିକେଟ ହରାଇ ମାତ୍ର ୭୦ ରନ୍ କରିପାରିଥିଲା। ଟୁର୍ଫାଣ୍ଣାମେଣ୍ଟରେ ଫାଇନାଲ ମ୍ୟାଚ ପୂର୍ବରୁ ଭେଟେରାନ୍ ଖେଳାଳୀ ମାନଙ୍କ ମଧ୍ଯରେ ଫ୍ରେଣ୍ଡଲି ମ୍ୟାଚ ହୋଇଥିଲା। ଲେଜେଣ୍ଡ ଟିମ ମିନଗୁର ଏବଂ ଭେଟେରାନ ବଡକୁଟୃ ମଧ୍ଯରେ ଖେଳାଯାଇଥିଲା। ବୟସ୍କଙ୍କ ଖେଳ ରେ ବେଷ୍ଟ ବେଟସମ୍ୟାନ ମାନସ ପଣ୍ଡା, ବେଷ୍ଟ ବୋଲର ବୈକୁଣ୍ଠ ପାଣିଗ୍ରାହୀ ଏବଂ ମ୍ୟାନ ଅଫ ଦ ମ୍ୟାଚ ହିମାଂଶୁ ନିଆଲ ଙ୍କୁ ପୁରସ୍କାର ଦିଆଯାଇ ଥିଲା । ମୂଖ୍ଯ ଅତିଥି ସମାଜସେବୀ ମାଣିକ୍ଯ ପଣ୍ଡା, ବଡକୁଟୃ ସରପଞ୍ଚ ଗଣେଶ ଚନ୍ଦ୍ର ପଣ୍ଡା, ସମ୍ମାନିତ ଅତିଥି ଗୋରାଚାନ୍ଦ ପାଣିଗ୍ରାହୀ, ପୂର୍ବତନ ଖେଳାଳୀ ମୁକେଶ ଶର୍ମା, ଘନଶ୍ୟାମ ନାଏକ, ଷଷ୍ଠୀପ୍ରସାଦ ସୁନାନୀ ପ୍ରମୁଖ ଅତିଥୀ ମାନେ ଫାଇନାଲ୍ ମ୍ୟାଚର ଉଭୟ ଦଳକୁ ଟ୍ରଫି ଏବଂ ଚେକ୍ ସହିତ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଖେଳାଳୀ ମାନଙ୍କୁ ପୁରସ୍କୃତ କରିଥିଲେ। ଏହି ଫାଇନାଲ ଖେଳ ଅବସରରେ ନବଶକ୍ତି ଯୁବକ ସଂଘ ବଡକୁଟୃ ତରଫରୁ କଳାହାଣ୍ଡିର ବିଶିଷ୍ଟ କ୍ରୀଡାବିତ ମନୋଜ ସିଂ (ଫପି)ଙ୍କୁ କ୍ରିକେଟ ପାଇଁ ତାଙ୍କ ସାଧନା ଏବଂ କୃତିତ୍ବକୁ ସମ୍ମାନ ଜଣାଇ ସମ୍ବର୍ଦ୍ଧିତ କରାଯାଇ ଥିଲା। ପୁରସ୍କାର ବିତରଣ ଉତ୍ସବକୁ ସୁଧାଂଶୁ ନାଏକ ସଂଯୋଜନା କରିଥିବା ବେଳେ ଅନୁଷ୍ଠାନର ସଭାପତି ଗଗନ ବିହାରୀ ନାଏକ ଟୁର୍ଣ୍ଣାମେଣ୍ଟର ସଫଳତା ପାଇଁ ସମସ୍ତ ଖେଳାଳି, ଦର୍ଶକ,ପରିଚାଳକ ତଥା ଅତିଥୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଟୁର୍ଣ୍ଣାମେଣ୍ଟକୁ ପରିଚାଳନାରେ ସହଯୋଗ କରିଥିଲେ ତାମେସ, ଗୁଣନିଧି, ଅଭିରାମ, ନିଲୁ, ନାଗାର୍ଜୁନ, ସଚିନ , ହିମାଂଶୁ ପ୍ରମୂଖ ସହଯୋଗ କରିଥିଲେ। ପୁଣ୍ଡରିକାକ୍ଷ, ରାଧାମୋହନ, ନେତ୍ରାନନ୍ଦ, ଅକ୍ଷୟ , ଶ୍ରୀକାନ୍ତ, ଆଦିତ୍ଯ ମାର୍ଗଦର୍ଶନ କରିଥିଲେ।