ପଥର୍ଲାରେ ଆଦିସ୍କନ୍ଧ ସମାଜର ବାର୍ଷିକ ଉତ୍ସବ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର)  : କେସିଙ୍ଗା ବ୍ଲକ ଅଧୀନ ପଥର୍ଲା ଗ୍ରାମ ସ୍ଥିତ ଆମ୍ବତୋଟାରେ ଆଜି ପଥର୍ଲା ଆଦିସ୍କନ୍ଧ ସମାଜର ବାର୍ଷିକ ସମ୍ମିଳନୀ ସହ ନୂତନ ପଞ୍ଚାୟତ ସ୍ତରୀୟ କମିଟି ଚୟନ ହୋଇଛି। କେଦାର ମାଝୀ ନୂତନ ସଭାପତି, ସମ୍ପାଦକ ହିମାଂଶୁ ମାଝୀ, କୋଷାଧ୍ୟକ୍ଷ କ୍ଷିରୋଦ ମାଝୀ, ସଭାନେତ୍ରୀ ପ୍ରତିମା ମାଝୀ, ସଭ୍ୟା ଭାବେ ପପିତା ମାଝୀ, ରାମବତୀ, ଜ୍ୟୋସ୍ନା ମାଝୀ, ତାରା ମାଝୀ, ମଞ୍ଜୁ ମାଝୀ, ରାଇଚନ ମାଝୀ ଓ ରାମ ମାଝୀଙ୍କୁ ନୂତନ କମିଟି ଭାବେ ଚୟନ କରାଯାଇଥିଲା। ସେହିପରି ସମାଜରେ କୁସଂସ୍କାର ତ୍ୟାଗ କରିବା, ନିଶା ନିବାରଣ, ଶିକ୍ଷା, ସ୍ୱାସ୍ଥ୍ୟ, ଆଦି କ୍ଷେତ୍ରରେ ସମାଜର ଯୁବକ ଯୁବତୀଙ୍କୁ ଅଗ୍ରଗତି କରାଇବାରେ ସାହାଯ୍ୟ ଭଳି ବିଭିନ୍ନ ପଦକ୍ଷେପ ପାଇଁ ମତ ପ୍ରକାଶ ପାଇଥିଲା। ଉତ୍ସବରେ ଉପସ୍ଥିତ ଥିବା ଅତିଥି ଏବଂ ପୂର୍ବ କମିଟି ଗହଣରେ ନୂତନ କର୍ମକର୍ତ୍ତାଙ୍କୁ ଶପଥ ପାଠ କରାଯାଇଥିଲା। ଏଥିରେ କଳାହାଣ୍ଡି ଜିଲ୍ଲା ଆଦିସ୍କନ୍ଧ ସମାଜ ଯୁଗ୍ମ ସମ୍ପାଦକ ସଂଜୀବ ମାଝୀ, କେସିଙ୍ଗା ବ୍ଲକ ସଭାପତି ଶେଷଦେବ ମାଝୀ, କେସିଙ୍ଗା ଗହକା ପ୍ରଗଣା ସଭାପତି, ପରେଶ୍ଵର ମାଝୀ, କେସିଙ୍ଗା ବ୍ଲକ ସମ୍ପାଦକ ବିକ୍ରମ ମାଝୀ ପ୍ରମୁଖ ମଞ୍ଚାସିନ ଥିଲେ।