ନୂତନ ଥାନା ଅଧିକାରୀଙ୍କୁ ଆମପାଣି ମଣ୍ଡଳ ବିଜେପି ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା

କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲାର ଶେଷ ସୀମାରେ ଅବସ୍ଥିତ ଆମପାଣି ଥାନାରେ ନୂତନ ଥାନା ଅଧିକାରୀ ଭାବେ ଜୟପ୍ରକାଶ ନାରାୟଣ ହୋତା ଯୋଗଦାନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ମଣ୍ଡଳ ସଭାପତି ମଧୁବନ ପାତ୍ରଙ୍କ ନେତୃତ୍ବରେ ନୂତନ ଥାନା ଅଧିକାରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରିବା ସହ ଆଇଶୃଙ୍ଖଳା ପ୍ରତି ଆଲୋଚନା କରିଥିଲେ। ସମ୍ବର୍ଦ୍ଧନା ସଭାରେ ସନ୍ତୋଷ କୁମାର ମାଝୀ, ଅର୍ଜ୍ଜୁନ ଭାଟି, ମହିଳା ମୋର୍ଚ୍ଛା ଧରିତ୍ରି ବାଗ, ସବିତା ମାଝୀ,ତୁଲାରାମ ନାଏକ, ଦ୍ରୋଣଚାର୍ଯ୍ୟ ପୁଝାରୀ, ନକୁଲ ନାଏକ, ମକରନ୍ଦ ବାଗ, ସନାତନ ସୁନାନି, ଜିତେନ୍ଦ୍ର ପଣ୍ଡା, ଦେବରାଜ ମାଝୀ, ଯୁବ ମୋର୍ଚ୍ଚା ତ୍ରିଲୋକା ବେଶ୍ରା ପ୍ରମୂଖ ଉପସ୍ଥିତ ଥିଲେ। ନୂତନ ଥାନା ଅଧିକାରୀ ଆମପାଣି ଥାନା ଅଞ୍ଚଳରେ ଅପରାଧିକ କାର୍ଯ୍ୟକଳାପ,ଆଇନ୍ ଶୃଙ୍ଖଳା,ଟ୍ରାଫିକ ସମସ୍ୟା, ଉପରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ପାଇଁ ପ୍ରତିଶ୍ରୁତି ଦେବାସହ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।