ମଦନପୁର ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ଉଦ୍ଧବ ପଣ୍ଡା) : ଦିନକୁ ଦିନ ଦେଶୀ ବିଦେଶୀ ମଦ ଚୋରାଚାଲାଣ ହେଉଥିବା ନେଇ କଳାହାଣ୍ଡି ଜିଲ୍ଲା ପୋଲିସ କୈାଣସି ସୂତ୍ରରୁ ଖବର ପାଇ କେସିଙ୍ଗା ଏସଡିପିଓ ସନ୍ଦୀପ କୁମାର ମାଝୀ ଓ ମ, ରାମପୁର ଥାନା ଅଧିକାରୀ ସୁଦର୍ଶନ ନାୟକ ଙ୍କ ନିର୍ଦ୍ଦେଶ କ୍ରମେ ମ, ରାମପୁର ଥାନା ଅଧୀନସ୍ଥ ରିଷିଡା ଫାଣ୍ଡି ଅଧିକାରୀ ମନୁଆ ବିଡିକା ଙ୍କ ନେତୃତ୍ବରେ କଅସିଲ ଛକ ଠାରେ ପୂର୍ବ ଯୋଜନା ଅନୁଯାୟୀ ଜାଲ ବିଛେଇ ଜଗି ରହିଥିଲେ ମ, ରାମପୁର ପଟୁ ବେଆଇନ ମଦ ଚୋରାଚାଲାଣ କରୁଥିବା ଅଭିଯୁକ୍ତ ଶିବ କୁମାର ଙ୍କ ଠାରୁ ୫୯ ଲିଟର ବିଦେଶୀ ମଦ ସହ ଗୋଟିଏ ବାଇକ ଓଡି ୧୭ ଏଲ ୫୨୫୧ କୁ ଜବତ କରି ଅଧିକ ତଦନ୍ତ ଜାରି ରଖିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି। ଚଢ଼ାଉ ରେ କନେଷ୍ଟବଳ ରାମଲାଲ ମଲ୍ଲିକ,ସୁନିଲ କୁମାର ବାଗ ସଞ୍ଜିପ ସାହୁ, ହୋମଗାର୍ଡ ଚକାମନ ଭୋଇ ସାମିଲ ଥିଲେ।