ତେନ୍ତୁଳୀଖୁଣ୍ଟି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ପଞ୍ଚାୟତର ବିଜାପଦର,ମଦ ଗୁଲିମି, ଲଦୀପଦର, ବରଡା ଯୋଡ଼ି ଭଳି ଦୁର୍ଗମ ଅଞ୍ଚଳ ସବୁ ବୁଲି ସ୍ଥାନୀୟ ଗ୍ରାମବାସୀ ଙ୍କ ସହ ଆଲୋଚନା କରିଥିଲେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ। ଗ୍ରାମବାସୀଙ୍କ ମୌଳିକ ସୁବିଧା ଯଥା ପାନୀୟ ଜଳଯୋଗାଣ, ଶିକ୍ଷା, ସ୍ୱାସ୍ଥ୍ୟ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝି ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ତୁରନ୍ତ ସମାଧାନ ପାଇଁ ନିର୍ଦେଶ ଦେଇଛନ୍ତି। ଖୁବଶୀଘ୍ର ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳବାସୀଙ୍କ ବିଭିନ୍ନଦାବୀ ଏବଂ ସମସ୍ୟାର ସମାଧାନ କରିବାକୁ ପ୍ରକାଶ କରିଛନ୍ତି। ବିଜାପଦର ଗ୍ରାମକୁ ଯାଇ ଗ୍ରାମର ଲକିନା ସାନ୍ତା,ଆଶ୍ରିତ ସାନ୍ତା,ଋଷି ସାନ୍ତା, ଡମୁ ସାନ୍ତା, ଲକୀନ୍ଦ୍ର ସାନ୍ତା ପ୍ରମୁଖଙ୍କ ଠାରୁ ସମସ୍ତ ଗ୍ରାମବାସୀଙ୍କ ଉପସ୍ଥିତିରେ ଡ୍ରେନ, ଗ୍ରାମରେ ଥିବା ତେଲ ପିଢିବା ପାଇଁ ଥିବା ଘଣା ନିମନ୍ତେ ଗୃହ ଏବଂ ଆଧୁନିକ ଯନ୍ତ୍ର ଯୋଗାଇ ଦେବାକୁ ଗ୍ରାମ ବାସୀଙ୍କ ଅନୁରୋଧ ସହ ଗ୍ରାମର ୭ଟି ଘରକୁ ବିଦ୍ୟୁତ ସଂଯୋଗ, ଗ୍ରାମଦେବତୀଙ୍କ ପୀଠ ନିର୍ମାଣ ପାଇଁ ପ୍ରକାଶ କରିଥିଲେ।ଏହାକୁ ବିଧାୟକ କାର୍ଯ୍ୟକାରୀ କରିବାକୁ ପ୍ରକାଶ କରିଥିଲେ। ଏହାପରେ ମଦଗୁଲିମି ଗ୍ରାମକୁ ଯାଇ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ ଏବଂ ସେମାନଙ୍କ ବିଭିନ୍ନ ସମସ୍ୟା ସୋହ ତାହାର ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।ଠିକ ସେହିପରି ବିଧାୟକ ମାଝୀ ଲଦୀପଦର ଗ୍ରାମକୁ ଯାଇଥିଲେ ଗ୍ରାମର ଆବାଳ ବୃଦ୍ଧବନିତାଙ୍କ ସହ ଗ୍ରାମ ମଣ୍ଡପରେ ବସି ରାସ୍ତା, ପାନୀୟ ଜଳ ପାଇଁ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ଏବଂ ଖୁବଶୀଘ୍ର ପାନୀୟ ଜଳ ଯୋଗାଣ ପାଇଁ ପ୍ରକାଶ କରିଥିଲେ।ଗ୍ରାମରେ ଅଙ୍ଗନବାଡି କର୍ମୀ ନିୟମିତ ଅସୁନଥିବା ଗ୍ରାମବାସୀ ଅଭିଯୋଗ ବିଧାୟକଙ୍କୁ କରିଥିଲେ। ବିଧାୟକ ତୁରନ୍ତ ସେହି ସ୍ଥାନରୁ ହିଁ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କୁ କହିଥିଲେ ସମ୍ପୃକ୍ତ ଅଙ୍ଗନବାଡି କର୍ମୀଙ୍କୁ କାରଣ ଦର୍ଶାଅ ନଟିସ ଜାରି କରିବାକୁ । ଏହାପରେ ବିଧାୟକ ବାଇକ ଯୋଗେ ବରଡାଯୋଡି ଗ୍ରାମ ଅଭିମୁଖେ ଯାତ୍ରା କରି ରାସ୍ତାରେ ଅନେକ ସ୍ଥାନରେ ସଂରକ୍ଷିତ ଜଙ୍ଗଲ ଗୁଡିକର ଗଛ ବହୁଳ ଭାବରେ କଟା ଯାଇଥିବାବେଳେ ଅନେକ ସ୍ଥାନରେ ପୋଡ଼ୁଚାଷ ପାଇଁ ଜଙ୍ଗଲ କଟା ଯାଇଥିବା ବିଧାୟକ ମାଝୀ ଦେଖିଥିଲେ ଏବଂ ଗମନାଗମନ ର ସୁବିଧା ନଥିବା ଯୋଗୁଁ ବିଭାଗୀୟ ଅଧିକାରୀ ଅସୁନଥିବା ମତ ପ୍ରକାଶ ପାଇଥିଲା।ବରଡାଯୋଡି ଗ୍ରାମର ରାସ୍ତା,ବିଦ୍ୟୁତ ଏବଂ ବିଭିନ୍ନ ସମସ୍ୟା ଅନେକ ପାହାଡିଆ ଦୁର୍ଗମ ଗ୍ରାମ ଗୁଡିକରେ ବିଶେଷ କରି ରାସ୍ତା ଅସୁବିଧା ଯୋଗୁଁ ନଳକୂପ ଖନନରେ ବାଧାପ୍ରାପ୍ତ ହେଉଥିବା ମାଝୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଗ୍ରାମବାସୀ ପୋଖରୀ, ବିଦ୍ୟାଳୟ ପାଇଁ କହିଥିଲେ ୩୦ ଜଣ ଶିଶୁ ଅଙ୍ଗନବାଡିରେ ଆସୁଥିବା ପ୍ରକାଶ କରିଥିଲେ ଅଙ୍ଗନବାଡି କର୍ମୀ । ଏହି କାର୍ଯ୍ୟକ୍ରମରେ ଯେଉଁ ସବୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ଅଧିକାରୀ ଅନୁପସ୍ଥିତ ରହିଛନ୍ତି ସେମାନଙ୍କୁ କାରଣ ଦର୍ଶାଇବା ପାଇଁ ବିଧାୟକ କହିଥିଲେ।ସାଧାରଣ ଲୋକଙ୍କ ପାଇଁ ଯେ କୌଣସି ସ୍ଥାନରେ ମଧ୍ୟ ଯିବାପାଇଁ ପ୍ରସ୍ତୁତ ବୋଲି ବିଧାୟକ ମାଝୀ ପ୍ରକାଶ କରିଥିଲେ। ଦୀର୍ଘଦିନ ପରେ ଲୋକେ ଏହିଭଳି ବିଧାୟକଙ୍କୁ ଦୁର୍ଗମ ଅଞ୍ଚଳର ଗ୍ରାମ ଗୁଡିକରେ ଦେଖିବାକୁ ପାଇଥିଲେ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୋନଜ କୁମାର ପାଣିଗ୍ରାହି ଏବଂ ସମସ୍ତ ବିଭାଗୀୟ ଅଧିକାରୀ ଙ୍କୁ ସାଥିରେ ନେଇ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିବା ସାଧାରଣରେ ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏଭଳି ପାଦଚଲା ରାସ୍ତାରେ ପୁଣି ସବୁ ବିଭାଗକୁ ସାଥିରେ ନେଇ ଗ୍ରାମବାସୀଙ୍କ ବିଭିନ୍ନ ଅସୁବିଧା କୁ ଦୂର କରିବା ପ୍ରୟାସକୁ ସବୁ ମହଲରେ ପ୍ରଶଂସା ର ସୁଅ ଛୁଟିଥିବା ଦେଖାଦେଇଛି। ଏହାପରେ ଲମତାଗୁଡ଼ା ପଞ୍ଚାୟତ ର ଫଟାଗୁଡା ଠାରୁ ଖୁଣ୍ଟିଆଗୁଡା ରାସ୍ତା ଏବଂ ମଙ୍ଗରଦୋରା ଠାରୁ ଡାଇକକୁ ସଂଯୋଗ କରୁଥିବା ରାସ୍ତାରେ କିଛି ଅଂଶ ବିଶେଷ ଖରାପ ଥିବା ଦେଖିଥିଲେ, ଡକରାଦୋରା ଜଳ ପ୍ରପାତ ଭଳି ରାସ୍ତାରେ ଅନେକ କାର୍ଯ୍ୟ ର ଉନ୍ନତି ନିମନ୍ତେ ତେନ୍ତୁଳିଖୁଣ୍ଟି ଗୋଷ୍ଠି ଉନ୍ନୟନ ଅଧିକାରୀ ମୋନଜ ପାଣିଗ୍ରାହୀ ବିଧାୟକ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ତେନ୍ତୁଳୀଖୁଣ୍ଟି ବିଦୂତ ବିଭାଗ ଯନ୍ତ୍ରୀ, ତେନ୍ତୁଳୀଖୁଣ୍ଟି ପିଇଓ, ତେନ୍ତୁଳିଖୁଣ୍ଟି ସରପଞ୍ଚ, ସମିତି ସଭ୍ୟା, ତେନ୍ତୁଳୀଖୁଣ୍ଟି ବିଜେପି ୨ ମଣ୍ଡଳ ସଭାପତି ପ୍ରଶାନ୍ତ ନାୟକ, ଅଭିମନ୍ୟୁ ହରିଜନଙ୍କ ସମେତ ବିଜେପି ସାଧାରଣ ସମ୍ପାଦ ଚନ୍ଦ୍ରଶେଖର ଜେନା, ସାଂସଦ ପ୍ରତିନିଧି ସନ୍ତୋଷ ପାତ୍ର,ସମସ୍ତ ବିଭାଗର ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।