ତୁଷୁରା ସାମ୍ବାଦିକ ସଂଘର ବାର୍ଷିକ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ

ସଇଁତଳା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ଯାଜ୍ଞସେନୀ ବାଗ) : ଗୁଡ଼ଭେଲା, ତୁଷୁରା ସହର ର କେଡ଼ିଆ ଭବନ ଠାରେ ତୁଷୁରା ସାମ୍ବାଦିକ ସଂଘ ର ବାର୍ଷିକ ବୈଠକ ହେବା ସହ ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି।  ସଭାପତି ସୁନିଲ ଜୈନ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସର୍ବସମ୍ମତି କ୍ରମେ ପୁଣିଥରେ ସଭାପତି ସୁନିଲ ଜୈନ ଉପସଭାପତି ତରୁଣ କୁମାର ବେହେରା, ସମ୍ପାଦକ ପ୍ରକାଶ ପ୍ରଧାନ, ସହସମ୍ପାଦକ ସରସ ପ୍ରଧାନ, କୋଷାଧ୍ୟକ୍ଷ ମନୀଷ ଅଗ୍ରୱାଲ ,ଆଇନ ପରାମର୍ଶଦାତା ଦୈତାରୀ ଆଚାର୍ଯ୍ୟ, ବିନୋଦ କୁମାର ସୁନା, ଉପଦେଷ୍ଟା କମିଟି ସଭ୍ୟ ଅଜିତ କୁମାର ସାହୁ ଗୋକୁଳାନନ୍ଦ ବଗର୍ତି ମନୋନୀତ ହୋଇଛନ୍ତି। ବିଶାଳ କୁମାର ଅଗ୍ରୱାଲ ନାରାୟଣ ସାହୁ,ଅବିନାଶ ନନ୍ଦ, ରଞ୍ଜନ କୁମାର ବାଗ, ପୃଥ୍ୱୀରାଜ ବକୁଳ, ତ୍ରିନାଥ ପଧାନ ପ୍ରମୁଖ ସାମ୍ବାଦିକ ଉପସ୍ଥିତ ଥିବା ବେଳେ ବୈଠକ ଶେଷରେ ସାମ୍ବାଦିକ ଵିଶାଲ କୁମାର ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ। ନକଲି ସାମ୍ବାଦିକ ମାନଙ୍କୁ ଚି଼ହ୍ନଟ କରି କାର୍ଯ୍ୟାନୁଷ୍ଠାନ, ବୃକ୍ଷରୋପଣ, ସ୍ୱାସ୍ଥ୍ୟ ଶିବିର, ଜାତୀୟ ପ୍ରେସ ଦିବସ ପାଳନ ସହିତ ଅନେକ ହିତକର କାର୍ଯ୍ୟଗୁଡିକରେ ସହଯୋଗ କରିବା ପାଇଁ ସଂଘର ସର୍ବସମ୍ମତି କ୍ରମେ ନିଷ୍ପତ୍ତି ହୋଇଥିଲା।