ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଦଶପୁର ଫାଣ୍ଡି ଅଧୀନରେ ଥିବା ଚିଚିଆ ଗ୍ରାମର ଏକ ଘର ସମ୍ମୁଖରେ ମକରଧ୍ଵଜ ନାଏକଙ୍କ ହତ୍ୟା ଘଟଣାରେ ପୋଲିସ ତିନି ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିଲା। ଏହି ଘଟଣାରେ ତିନିଜଣଙ୍କ ମଧ୍ୟରୁ ମୁନା ହଂସ (୩୦)ଙ୍କୁ ବୁଧବାର ଅପରାହ୍ନରେ ପୋଲିସ କୋର୍ଟ ଚାଲାଣ କରିଛି। ମୁନା ହଂସ ଓ ମକରଧ୍ଵଜ ନାଏକଙ୍କ ମଧ୍ୟରେ ୨୦୨୪ ମସିହାରେ ଗଣ୍ଡଗୋଳ କେସ୍ ଦଶପୁର ଫାଣ୍ଡିରେ ହୋଇଥିଲା। ତାକୁ ନେଇ କାଠ ଫାଳିଆ ଓ ଇଟାରେ ଛେଚି ହତ୍ୟା କରିଥିବା ପୋଲିସ ସମ୍ମୁଖରେ ସ୍ବୀକାର କରିଥିବା ଦଶପୁର ଫାଣ୍ଡି ଅଧିକାରୀ ସୁଶାନ୍ତ କୁମାର ପଣ୍ଡା ସୂଚନା ଦେଇଛନ୍ତି। ଅପରପକ୍ଷରେ ଅନ୍ୟ ଦୁଇଜଣଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଥିବା ସୂଚନା ମିଳିଛି ।