ଜୟପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ଫରେଷ୍ଟ ରେଞ୍ଜ ଅଫିସର ୫ ଜଣ ଅଧିକାରୀ ଭିଜିଲାନ୍ ଦ୍ଵାରା ଗିରଫ ହେବାପରେ ଜୟପାଟଣା ଅଞ୍ଚଳରେ ଅନେକ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ଛୋଟ ବଡ଼ ବାବୁ ମାନଙ୍କ ନେଇ ଚର୍ଚ୍ଚା ଜୋର ଧରିଛି। ଚା ଦୋକାନ, ପାନ ଦୋକାନ, ଛକ, ଗଲି, ବଜାର ସବୁଠି ସେଇ ଚର୍ଚ୍ଚା। ସରକାରୀ ଅଫିସରେ କାମ କରୁଥିବା ଅନେକ ଅଧିକାରୀ ଓ କର୍ମଚରୀ ମାନେ ଭବାନୀପାଟଣା, ଜୁନାଗଡ଼, ଥୁଆମୁଲ ରାମପୁର, ରାୟପୁର ଓ ଭୁବନେଶ୍ୱରରେ ପ୍ଲଟ ଓ ଫ୍ଲାଟ କିଣି ତାହାକୁ ଭଡା ସୂତ୍ରରେ ଦେଇ ମାସିକ ହଜାର ହଜାର ଟଙ୍କା ରୋଜଗାର କରୁଥିବା ଲୋକେ କୁହାକୁହିଁ ହେଉଛନ୍ତି। ଏକଥା ଯଦି ସତ୍ୟ ତେବେ ଅତି ସାଂଘାତିକ। କିଭଳି ଭାବେ ସରକାରୀ ଅର୍ଥକୁ କଳା ରୁ ଧଳା କରି ବେନାମୀ ଲୋକଙ୍କ ନାମରେ କୁବେର ହେଉଛନ୍ତି ତାହା ତଦନ୍ତ ସାପେକ୍ଷ ବୋଲି ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି। ତେବେ ଭିଜିଲାନ୍ସ ବିଭାଗ ପକ୍ଷରୁ ପ୍ଲଟ କିଣା, ଫ୍ଲାଟ ନିର୍ମାଣ, ଜମି କିଣା ଉପରେ ଅନୁଧ୍ୟାନ, ଅନୁସନ୍ଧାନ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।