ବିଜେପି ନୂତନ ମଣ୍ଡଳ ସଭାପତିଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ମ,ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ଭାରତୀୟ ଜନତା ପାର୍ଟିର ନୂତନ ମଣ୍ଡଳ ସଭାପତିଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ମଦନପୁର ବିଜୁକଲ୍ଯାଣ ମଣ୍ଡପ ପରିସରରେ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନର୍ଲା ନିର୍ବାଚନ ମଣ୍ଡଳୀ ର ଭାରତୀୟ ଜନତା ପାର୍ଟି ବିଧାୟକ ପ୍ରାର୍ଥୀ ଅନିରୁଦ୍ଧ ପ୍ରଧାନ,ମ, ରାମପୁର ରାଜ ପରିବାରର ବହୂ ସଞ୍ଜୁକ୍ତା ସିଂହ ଦେଓ , ମ, ରାମପୁର ମଣ୍ଡଳ ସଭାପତି ଯାଜ୍ଞସେନ ପଣ୍ଡା,ମଣ୍ଡଳ ପ୍ରତିନିଧି ସରୋଜ କୁମାର ବେହେରା, ବରିଷ୍ଠ ଆଇନଜୀବି ବିଜୟ କୁମାର ମହାଖୁଡ଼, ସୁଦର୍ଶନ ପାଢୀ, ମୋହନ ଗିରି ମଣ୍ଡଳ ପ୍ରଭାରୀ ଖୁସିରାମ ସାହୁ ଯୋଗ ଦେଇ ଥିବା ବେଳେ ଉର୍ଲାଦାନୀ, ମୋହନ୍ ଗିରି, ମାଣିକେରା, ସିଂ ପୁର ଦେଢସୁଲି, ଗୋଛାଡେଙ୍ଗେନ, ଅଲାତରା ମଦନପୁର, ଲୁବେନ ଗଡ ଆଦି ପଞ୍ଚାୟତର ଶହଶହ ମହିଳା ପୁରୁଷ ଯୋଗ ଦେଇ ନୂତନ ମଣ୍ଡଳ ସଭାପତିଙ୍କୁ ଓପଢୋକନ ଦେଇ ସମ୍ବର୍ଦ୍ଧିତ କରିବା ସହିତ ଭାରତୀୟ ଜନତା ପାର୍ଟି କୁ ସଂଗଠନ କରି ମଜବୁତ କରିବା ବୋଲି ଅତିଥି ମାନେ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ।