ତେନ୍ତୁଳୀଖୁଣ୍ଟି/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଅନ୍ତର୍ଗତ ଦିଗୀ ସଲପା ଗ୍ରାମର ସୁଲିନ ପାଢ଼ୀଙ୍କ ଝିଅ ଅଭିଲିଶା ପାଢ଼ୀ ସିବିଏସଇ ଦଶମ ପରୀକ୍ଷା ରେ ୯୭.୮ % ନମ୍ବର ରଖି ନବରଙ୍ଗପୁର ଜିଲ୍ଲା ଟପ୍ପର ହୋଇଛନ୍ତି। ସୂଚନା ଅନୁଯାୟୀ ଅଭିଲିଶା ଓଡିଶା ଅଦର୍ଶ ବିଦ୍ୟାଳୟ ଡଙ୍ଗୀରିଗୁଡାଠାରେ ଅଧ୍ୟୟନ କରୁଥିଲେ!ଏହା ପୂର୍ବରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବାଲମନ୍ଦିର ଉମରକୋଟ ରେ ଅଧ୍ୟୟନ କରୁଥିଲେ!ପିତା ସୁନୀଲ ପାଡ଼ି ପେଶାରେ ଜଣେ ଶିକ୍ଷକ ସେ ଉମରକୋଟ ବ୍ଲକର କେଶରୀ ବେଡା ଆଶ୍ରମ ବିଦ୍ୟାଳୟ ଠାରେ ଶିକ୍ଷକତା କରୁଥିବା ବେଳେ ମାତା ଜଲି ମହାପାତ୍ର ,ସୁନାବେଡା,ଆଶ୍ରମ ବିଦ୍ୟାଳୟ ଠାରେ ଶିକ୍ଷକତା କରୁଛନ୍ତି। ଝିଅର କୃତିତ୍ୱ ରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ବରିଷ୍ଟ ରାଜନେତା ତଥା ଶିକ୍ଷାବିତ ନାରାୟଣ ପାତ୍ର,ପରିବାର ସମେତ ଦିଗି ସଲପା ଗ୍ରାମର ସମସ୍ତ ଗ୍ରାମବାସୀ ଶୁଭେଚ୍ଛା ଜଣାଇବା ସହ ଝିଅ ର ଉତ୍ତରତ୍ତର କାମନା କରିଛନ୍ତି। ଅଭିଲିଶା ଦିନକୁ ଷୋହଳ ଘଣ୍ଟା ପରିଶ୍ରମ କରୁଥିବା ମାତା ପିତା କହିଛନ୍ତି। ଅଭିଲିଶା ଆଗକୁ ପାଠପଡି ଡାକ୍ତର ହୋଇ ଲୋକଙ୍କ ସେବା କରିବା ନେଇ ଆଶା ରଖିଛନ୍ତି।