ରାଜସ୍ୟ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀଙ୍କ ସହ ଓଡିଶା ରାଜସ୍ଵ ଅମଲା ସଂଘର ସୌଜନ୍ୟମୂଳକ ସାକ୍ଷାତ

ନବରଙ୍ଗପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ରାଜସ୍ଵ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀଙ୍କ କୋରାପୁଟ ସରକାରୀ ଗସ୍ତ ସମୟରେ ସ୍ଥାନୀୟ ସର୍କିଟ ହାଉସଠାରେ ଓଡିଶା ରାଜସ୍ୱ ଅମଲା ସଂଘର ରାଜ୍ଯ ସଭାପତି ତ୍ରିପତି ବାଲାଜୀ ସାହୁଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ସାଂସଦ ଲୋକସଭା ନବରଙ୍ଗପୁର ବଳଭଦ୍ର ମାଝୀଙ୍କ ଉପସ୍ଥିତିରେ ମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ସାକ୍ଷାତ ସମୟରେ ସଙ୍ଘର ବିଭିନ୍ନ ସମସ୍ୟା ଓ ଦାବି ବିଷୟରେ ଆଲୋଚନା ଓ ଅବଗତ କରାଇଥିଲେ। ବିଶେଷ କରି ଜିଲ୍ଲା ସ୍ତରୀୟ ରାଜସ୍ଵ ଅମଲାଙ୍କ ପଦବୀ ପୁନର୍ଗଠନ ଏବଂ ଦରମା ବୃଦ୍ଧି କରିବାକୁ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଏହି ସାକ୍ଷାତ ସମୟରେ ରାଜ୍ୟ କାର୍ଯ୍ୟକାରିଣୀ କମିଟିର ଅଧ୍ୟକ୍ଷ ପ୍ରସନ୍ନ କୁମାର ନାୟକ, କୋରାପୁଟ ଜିଲ୍ଲା ସଭାପତି ନିତ୍ୟାନନ୍ଦ ଭତ୍ରା, ଉପ ସଭାପତି ଅମିତ କୁମାର ସୁବୁଦ୍ଧି, କେ.ଚନ୍ଦ୍ର ଶେଖର, ସମରେନ୍ଦ୍ର ବେହେରା, ମୁନ୍ନା କଣ୍ଡାଗିରୀ ପ୍ରମୁଖ ଉପସ୍ଥିତ ଥିଲେ।