ଚାଷୀଙ୍କୁ ଉଦ୍ୟାନ ବିଭାଗ ପକ୍ଷରୁ କଞ୍ଚା ହଳଦୀ ବଣ୍ଟନ

ଝରିଗାଁ/କ୍ରାନ୍ତିକ୍ଷେତ୍ର ନ୍ୟୁଜ : ଝରିଗାଁ ବ୍ଲକ ଉଦ୍ୟାନ ବିଭାଗ ପକ୍ଷରୁ ଚାଷୀଙ୍କୁ ଉଦ୍ୟାନ କାର୍ଯ୍ୟାଳୟ ଠାରେ କଞ୍ଚା ହଳଦୀ ବଣ୍ଟ କରାଯାଇଛି । ବ୍ଲକର ୧୫୦ ଜଣ ଚାଷୀଙ୍କୁ ଗୋଟେ କ୍ଵିଣ୍ଟାଲ ଲେଖାଏଁ ଜଣ ପିଛା ବଣ୍ଟନ କରାଯାଇଛି। ଯାହା କିଲୋ ପିଛା ୧୦ ଟଙ୍କା ରହିଛି । ଏହି କଞ୍ଚା ହଳଦୀ ଆଜି ପ୍ରଥମ ଦିନରେ କିଛି ଚାଷୀଙ୍କୁ ଦିଆଯାଇଥିବା ବେଳେ ଆଗାମୀ ଦିନରେ ଅନ୍ୟ ଚାଷୀ ମାନଙ୍କୁ ମଧ୍ୟ ପ୍ରଦାନ କରାଯିବ। ବିଗତ ସରକାରଙ୍କ ସମୟରେ ଚାଷୀଙ୍କ ପାଇଁ କଣ ସବୁ ଆସୁଥିଲା ଓ କେଉଁମାନେ ପାଉଥିଲା ତାର କୌଣସି ସୂଚନା ଚାଷୀଙ୍କ ପାଖରେ ପହଂଚୁ ନଥିଲା, ହେଲେ ବିଜେପି ସରକାର ଆସିବା ପରଠାରୁ ଚାଷୀଙ୍କ ଉଦେଶ୍ୟ ହେଉଥିବା ସମସ୍ତ ଯୋଜନା ଚାଷୀଙ୍କ ପାଖରେ ପହଂଚିବା ସହିତ ସମସ୍ତ ସୁବିଧା ଚାଷୀ ହାତ ପାହାନ୍ତରେ ପାଇଁ ପାରୁଥିବାରୁ ଚାଷୀ ମହଲରେ ଆନନ୍ଦର ଲହରୀ ଦେଖିବାକୁ ମିଳିଛି ବୋଲି ଆତ୍ମା ଅଧ୍ୟକ୍ଷ ଚିତ୍ର ପ୍ରସାଦ ତିୱାରୀ କହିଛନ୍ତି। ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଉଦ୍ୟାନ କାର୍ଯ୍ୟାଳୟର ଏଏ ଓ ଲିଙ୍କନ ମେହେର,ଝରିଗାଁ ଏଏଡ଼ବ୍ଲୁ ଜଗଦୀଶ ତାରାସିଂହା ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ,ଗଣପତି ସାହୁ, ପଂଚାୟତ ସଭାପତି ଚୈତନ୍ୟ ନଦିଆ, ଚାଷୀ ପ୍ରମୁଖ ଉପସ୍ଥିତ ରହିଥିଲେ ।