ଅପରେସନ ସିନ୍ଦୁର’କୁ ସମ୍ମାନ ଜଣାଇ ପରାକ୍ରମ ତ୍ରିରଙ୍ଗା ବାଇକ ଶୋଭାଯାତ୍ରା

ନବରଙ୍ଗପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ(ମୁନ୍ନା ଦଳେଇ) : ନବରଙ୍ଗପୁରଠାରେ ବୀର ଯବାନଙ୍କ ସାହସ ଓ ବୀରତ୍ୱକୁ ସମ୍ମାନ ଜଣାଇ ଏକ ପରାକ୍ରମ ତ୍ରିରଙ୍ଗା ବାଇକ ଶୋଭାଯାତ୍ରା ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ବାଇପାସ୍ ରାସ୍ତା ଦେଇ ମଙ୍ଗଲମ୍ ଟିମ୍ୱର, ଚାଉଁରିଆଗୁଡା ଛକ ଏବଂ ସହର ମଧ୍ୟରେ ଦେଶାତ୍ମବୋଧକ ସଙ୍ଗୀତ ଏବଂ ସ୍ଲୋଗାନ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ପ୍ରାରମ୍ଭରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ, ବିଧାୟକ ଡାବୁଗାଁ ମନୋହର ରନ୍ଧାରି, ନବରଙ୍ଗପୁର ଜିଲ୍ଲାପାଳ ଡଃ ଶୁଭଙ୍କର ମହାପାତ୍ର, ଆରକ୍ଷୀ ଅଧିକ୍ଷକ ନବରଙ୍ଗପୁର ମିହିର କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ, ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ପୌରାଧ୍ୟକ୍ଷ ନବରଙ୍ଗପୁର କୁନୁ ନାୟକ ଉପସ୍ଥିତ ରହି ଶୋଭାଯାତ୍ରାର ଶୁଭାରାମ୍ଭ କରିଥିଲେ। ଏହି ଶୋଭାଯାତ୍ରାରେ ସମସ୍ତ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟର ପଦାଧିକାରୀଙ୍କ ସହ ସମସ୍ତ କର୍ମଚାରୀ, ପୋଲିସ ସୁରକ୍ଷା ବାହିନୀ, ଅଗ୍ନିଶମ ବାହିନୀ, ଆମ୍ବୁଲାନ୍ସ, ଲୋକ ପ୍ରତିନିଧି, ସ୍ବେଛାସେବୀ ଅନୁଷ୍ଠାନ କର୍ମକର୍ତ୍ତା, କଳାକାର, ସଭାପତି, ସମ୍ପାଦକ ଓକିଲ ସଂଘ ଏବଂ ସଭ୍ୟ, ସହରର ବୁଦ୍ଧିଜୀବୀ, ଉତ୍ସାହି ଜନ ସାଧାରଣ ନିଜ ନିଜ ବାଇକ୍ ଏବଂ ସ୍କୁଟି ରେ ଜାତୀୟ ପତାକା ବାନ୍ଧି ତ୍ରିରଙ୍ଗା ବାଇକ ଯାତ୍ରା ରେ ଯୋଗଦେଇଥିଲେ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏହି ବାଇକ୍ ଯାତ୍ରା ଜିଲ୍ଲା ପ୍ରଶାସନ ଦ୍ବାରା ଆୟୋଜନ କରାଯାଇଥିଲା।