ଧର୍ମଗଡ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ଢଗ ନାଏକ) : କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ସଭାଗୃହଠାରେ ଧର୍ମଗଡ ତହସିଲ ତରଫରୁ ଭୂମିହୀନ ହିତାଧିକାରୀଙ୍କୁ ବସୁନ୍ଧରା ଯୋଜନାରେ ଘରଡିହ ପଟ୍ଟା ବଣ୍ଟନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେଓ, ସମ୍ମାନିତ ଅତିଥି ଭାବରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ, ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ, ଧର୍ମଗଡ ଉପଜିଲ୍ଲାପାଳ ଧିମାନ ଚକମା, ବ୍ଲକ ଅଧ୍ୟକ୍ଷା ବବିତା ପାଟ୍ଟଯୋଶୀ, ଧର୍ମଗଡ ତହସିଲଦାର ସଞ୍ଜୟ କୁମାର ସାମନ୍ତରା ପ୍ରମୁଖ ପ୍ରଥମ ପର୍ଯ୍ୟାୟରେ ଧର୍ମଗଡ ତହସିଲର ଖଇରପଦର, କିର୍କାକାନି, କାଙ୍କେରୀ, ଧର୍ମଗଡ (ଗ୍ରାମାଞ୍ଚଳ ) ରାଜସ୍ବ ନିରୀକ୍ଷକ ଅଞ୍ଚଳର ମୋଟ ୫୭ ଜଣ ହିତାଧିକାରୀଙ୍କୁ ଘର ଡିହ ପଟ୍ଟା ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମଙ୍କୁ ରେକର୍ଡ କିପର ଗୋପାଳ ମେହେର ପରିଚାଳନା କରିଥିବା ବେଳେ ମୂଖ୍ୟ କିରାଣୀ ସୁନୀଲ କୁମାର କାନୁନଗୋ ଧନ୍ୟବାଦ ଅର୍ପଣ କରିଥିଲେ। ରେଭେନ୍ୟୁ ସୁପର ଭାଇଜର ରଞ୍ଜିତ କୁମାର ରାଉତ, ସିନିୟର କ୍ଲର୍କ ଆଶିଷ କୁମାର ପଣ୍ଡା, ସତ୍ୟବାନ ନାଏକ, ନାଜିର ହରି ମେହେର, ଡିଇଓ କିରଣ କରଆଁ, ଚନ୍ଦ୍ରକାନ୍ତ ଦୁରିଆ, ବିକାଶ କୁମାର ନାଏକ ସମେତ ସମସ୍ତ ଆର. ଆଇ ଏବଂ ତହସିଲ କର୍ମଚାରୀ ସହଯୋଗ କରିଥିଲେ।