ବୃଦ୍ଧଙ୍କ ଆକସ୍ମିକ ମୃତ୍ୟୁ, କାରଣ ଅସ୍ପଷ୍ଟ

ଜୟପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ସବିଗୁଡା ଗାଁ ର ତ୍ରିନାଥ ମଲ୍ଲିକ(୬୦)ଙ୍କ ହଠାତ ମୃତ୍ୟୁ ଘଟିଛି। ତେବେ ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଛି। କୌଣସି କାରଣରୁ ତ୍ରିନାଥଙ୍କ ଗାଁ ର କିଛି ଲୋକଙ୍କ ସହ ଦୀର୍ଘ ଦିନରୁ କଳହ ଲାଗି ରହିଥିଲା ବୋଲି ଶୁଣିବାକୁ ମିଳୁଛି। ହେଲେ କେଉଁ ଘଟଣା ଘଟିଛି ନା ଅନ୍ୟ ଆଉ କେଉଁ କାରଣରୁ ତାଙ୍କର ପ୍ରାଣ ଯାଇଛି ସେ ଦିଗରେ କୌଣସି ସ୍ପଷ୍ଟ ଖବର ମିଳିପାରି ନାହିଁ। ତ୍ରିନାଥଙ୍କୁ ଗାଁ ଲୋକେ ଗୁରୁତର ଅବସ୍ଥାରେ ଜୟପାଟଣା ସ୍ୱାସ୍ଥ୍ୟ କେନ୍ଦ୍ର ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।ସେ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ସବିଗୁଡା ଗାଁ ରେ ତାଙ୍କ ସ୍ତ୍ରୀ ସହ ୪୦ ବର୍ଷ ହେଲା ବସବାସ କରୁଥିଲେ।