ଆର୍.ଆଇଙ୍କ ବଦଳୀ ଦାବୀରେ ତହସିଲଦାରଙ୍କୁ ଦାବିପତ୍ର

ଝରିଗାଁ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ଭୁଦେବ ଗଉଡ) : ଝରିଗାଁ ବ୍ଲକ ଫୁଫୁଗାଁ ପଂଚାୟତ ସଦର ମହକୁମାର ରାଜସ୍ବ ନିରୀକ୍ଷିକା ମୋନାଲିସା ପଣ୍ଡାଙ୍କ ବଦଳୀ ଦାବୀରେ ତିନି ଗୋଟି ପଂଚାୟତ ଯଥା ପାଳିଆ, ଭାଲୁକନାଡି ଓ ଫୁଫୁଗାଁର ସରପଞ୍ଚ ଓ ସମିତି ସଭ୍ୟ ମାନେ ମିଳିତ ଭାବେ ଆଜି ଝରିଗାଁ ତହସିଲଦାରଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି। ତିନି ପଂଚାୟତର ସରପଞ୍ଚ ଓ ସମିତି ସଭ୍ୟ ମାନଙ୍କ ଅଭିଯୋଗ ପ୍ରକାରେ ଆର୍ ଆଇ ପଣ୍ଡା  ଜମାବନ୍ଦୀ ଜମିର ଭାଗବଣ୍ଟା ବାବଦକୁ ତିରିଶ ରୁ ଚାଳିଶ ହଜାର ଟଙ୍କା, ଚାରିସେଣ୍ଟ ଘରବାରୀ ପଟ୍ଟା କରେଇଦେବା ପାଇଁ ଚାରିରୁ ପାଞ୍ଚ ହଜାର ଟଙ୍କା ଆଦାୟ କରୁଛନ୍ତି। ତାଛଡା ଛାତ୍ରଛାତ୍ରୀ ମାନଙ୍କ ଜାତି ପ୍ରମାଣ ପତ୍ର ବାବଦକୁ ବି ପଇସା ମାଗିବା ସହିତ ପ୍ରମାଣ ପତ୍ର ନଦେଇ ଅନେକ ନିରୀହ ଛାତ୍ରଛାତ୍ରୀ ମାନଙ୍କୁ ହଇରାଣ ହରକତ କରୁଛନ୍ତି। ଝରିଗାଁ ଭଳି ଉପାନ୍ତ ଅଞ୍ଚଳରେ ବସବାସ କରୁଥିବା ନିରୀହ ଆଦିବାସୀ ମାନଙ୍କୁ ଶୋଷଣ କରି ଚାଲିଥିବାରୁ ଆର ଆଇଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହିତ ଅନ୍ୟତ୍ର ବଦଳୀ କରାଯାଉ ବୋଲି ସମସ୍ତେ ଦାବୀ କରିଛନ୍ତି।