ଝରିଗାଁ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଭୁଦେବ ଗଉଡ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତ ଦାହିମାଲ ଗ୍ରାମର ଥବିର ଗୌଡ, ଡମ୍ବରୁ ଗୌଡ, ତୁଲସିଂ ଗୌଡ, ବୁତୁ ଭୁଞ୍ଜିଆ, ଯୁବରାଜ ବାଗ ଓ ନକୁଳ ମାଝୀଙ୍କ ୩୫ ଗୋଟି ମଇଁଷି ପଳ କିଛି ଦିନ ତଳେ ଚରିବାକୁ ଯାଇ କୋଉଆଡେ ଚାଲି ଯାଇଥିଲା। ଜଙ୍ଗଲ ପାହାଡ଼ରେ ବହୁତ ଖୋଜା ଖୁଜି କରିବା ପରେ ମଧ୍ୟ ନ ମିଳିବାରୁ ସମସ୍ତ ମଇଁଷି ମାଲିକ ଭାଗ ଭାଗ ହୋଇ ବିଭିନ୍ନ ଗାଁ ବୁଲି ଖୋଜିବା ଆରମ୍ଭ କରିଥିଲେ। ଆଜି ସକାଳେ ଝରିଗାଁ ବ୍ଲକ ମେଦନା ଗ୍ରାମ ମୁଣ୍ଡରେ ୪ଜଣ ବ୍ୟକ୍ତି ମଇଁଷି ନେଇଯାଉଥିବା ବେଳେ ମଇଁଷି ପଲକୁ ଚିହ୍ନି ଦାହିମାଲ୍ ଗ୍ରାମର କୋକିଳ ଗୌଡ ସେଠାରେ ଅଟକାଇ ରଖିଥିଲେ। ସମସ୍ତ ମଇଁଷି ଚିହ୍ନଟ ହେବାରୁ ୩ ଜଣ ଚୋର ବୋଲି ଜଣାପଡିଛି। ସେମାନେ ହେଲେ କୁଟ୍ରଛାପର ଗ୍ରାମର ଯୋଗିନ୍ଦ୍ର ସାନ୍ତା, ଭକ୍ତ ଗୌଡ,ଡମ୍ବରୁ ଗୌଡ ଓ ବୋଦେଲପନିର କଂସ ଗୌଡ, ଏହି ୪ ଜଣଙ୍କୁ ପଚାରିବାରୁ ଆମେ ଦୁଇ ଅଜଣା ଲୋକଙ୍କ ଠାରୁ କିଣି ନେଇ ଯାଇଥିଲୁ ବୋଲି କହିଛନ୍ତି। ମଇଁଷି ଚୋରଙ୍କୁ ମେଦନା ଗ୍ରାମର ଏକ ଆଖଡ଼ା ଗୃହରେ ଅଟକ ରଖାଯାଇଥିବା ଜଣାପଡିଛି। ଅନ୍ୟପଟେ ମଇଁଷି ମାଲିକମାନେ ଚୋରଙ୍କୁ ଜୀମା ଦେବା ସହିତ ଥାନାରେ କେସ୍ ଦେବା ନେଇ ସୂଚନା ରହିଛି।