ଜୁନାଗଡ଼/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସାମ୍ବାଦିକ ସଙ୍ଘ ପକ୍ଷରୁ ସ୍ଥାନୀୟ ବିଜୁ ପଟ୍ଟନାୟକ ସ୍ଥାଡିୟମ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସଙ୍ଘର ସଭାପତି ଖଗେଶ୍ବର ଧଙ୍ଗଡାମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିଥି ଭାବେ ସଂଘର ପୂର୍ବ ସଭାପତି ହିମାଂଶୁ ଶେଖର ବରାଡ଼, ସନ୍ତୋଷ ସିଂହଦେଓ, ନରେନ୍ଦ୍ର କ୍ଷିତି ଯୋଗଦେଇ ଉଦବୋଧନ ଦେଇଥିଲେ। ଏହି କ୍ରମରେ ଜୁନାଗଡ଼ ଆଦର୍ଶ ବିଦ୍ୟାଳୟ ଛାତ୍ର ଅନିକେତ ପଣ୍ଡା ଦଶମ ଶ୍ରେଣୀରେ କଳାହାଣ୍ଡି ଟପ୍ପର ହୋଇଥିବାରୁ ସଙ୍ଘ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ସମ୍ପାଦକ ରବିଶଙ୍କର ସୁନାନୀ ଧନ୍ୟବାଦ ଅର୍ପଣ କରିଥିଲେ। କୋଷାଧ୍ୟକ୍ଷ ରଜନୀକାନ୍ତ ମିଶ୍ର, ସଂଘର ବରିଷ୍ଠ ସୁନ୍ଦର ମୋହନ ଛତ୍ରିଆ, ଆଦିତ୍ୟ ମହାନ୍ତି, କୁମାରମଣି ଦୁର୍ଗା, ସୁନୀଲ ସିଂ, ବ୍ୟମୋକେଶ ପୁରୋହିତ, ରାକେଶ ବେମାଲ, ଭୋକରଧନ ଧଙ୍ଗଡାମାଝୀ, ରୋହିତ ବାଗ, ଅଂଶୁମାନ ଯୋଷୀ ଏବଂ ଛାତ୍ର ଅନିକେତ ପଣ୍ଡାଙ୍କ ବାପା ନରେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।