ବାଏପାସ ରାସ୍ତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲା କ୍ରିୟାନୁଷ୍ଠାନ କମିଟି 

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ ଏକ ବାଏ ପାସ ନିର୍ମାଣ ପାଇଁ ଆଜକୁ ପାଖା ପାଖି ବର୍ଷେ ହେଲାଣି କେସିଙ୍ଗା ବାଏପାସ କ୍ରିୟାନୁଷ୍ଠାନ କମିଟି ଓ କେସିଙ୍ଗା ସଚେତନ ନାଗରିକ ମଞ୍ଚ ପକ୍ଷରୁ ଯଥା ସମ୍ଭବ ପ୍ରାୟାସ ଜାରି ରଖିଛନ୍ତି। ତଥାପି କୌଣସି ଉଚ୍ଚ ଅଧିକାରୀ କିମ୍ବା ନିର୍ବାଚିତ ପ୍ରତିନିଧି କର୍ଣ୍ଣପାତ କରୁନଥିବା ଅଭିଯୋଗ କରି ବାଏ ପାସ କ୍ରିୟାନୁଷ୍ଠାନ କମିଟିର କିଛି ସକ୍ରିୟ ସଦସ୍ୟ ଗତ କିଛି ଦିନ ତଳେ ରାଜଧାନୀ ଯାଇ ପୂର୍ବତନ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀଙ୍କୁ ସାକ୍ଷାତ କରି କେସିଙ୍ଗା ବାଏପାସ ରାସ୍ତା ସହର ପାଇଁ କେତେ ଆବଶ୍ୟକ ଓ ବାଏ ପାସ ରାସ୍ତା ତିଆରି ହେଲେ ସହର ବାସୀଙ୍କ କଣ ଲାଭ ହେବ ସେହି ବିଷୟ ଉପରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ। ଦାବୀ ପତ୍ରରେ କେସିଙ୍ଗାରୁ ଜୁନାଗଡ଼ ଦୀର୍ଘ ୪୬ କିମି ରାସ୍ତା ଚାରିଥାକିଆ ହେବବୋଲି ନିଜେ ମୁଖ୍ୟମନ୍ତ୍ରୀ ଘୋଷଣା କରି ଏକ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରିଥିଲେ ଯାହାକି ସ୍ୱାଗତଯୋଗ୍ୟ ପଦକ୍ଷେପ କିନ୍ତୁ ଜିଲ୍ଲାର ଭବାନୀପାଟଣା, ଜୁନାଗଡ଼ ଓ ଧର୍ମଗଡ ସହରକୁ ଟ୍ରାଫିକ ସମସ୍ୟାରୁ ମୁକ୍ତ କରିବା ପାଇଁ ବାଏପାସ ରାସ୍ତା ଘୋଷଣା ସରିଯାଇଛି। କିନ୍ତୁ ଜିଲ୍ଲାର ପ୍ରମୁଖ ଟ୍ରାଫିକ ବହୁଳ କେସିଙ୍ଗା ସହର ପାଇଁ କେବଳ ଏକ ରେଳ ଓଭର ବ୍ରିଜ ଯାହାକି ଭବିଷ୍ୟତରେ କେସିଙ୍ଗା ପାଇଁ ଏକ ଅଭିଶାପ ପାଳଟିବା ବ୍ୟତୀତ ଆଉ କୌଣସି ବାଏ ପାସ ରାସ୍ତା ର ପ୍ରାବଧାନ କାହିଁକି ରଖା ଯାଇ ନାହିଁ ବୋଲି ଦାବୀ ପତ୍ରରେ ଉଲ୍ଲେଖ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ପତ୍ର ପ୍ରଦାନ କରିବା ସମୟରେ କ୍ରିୟାନୁଷ୍ଠାନ କମିଟିର ସୁରେଶ ରାଓ, ଆଇନଜୀବି ଦେବେନ୍ଦ୍ର ଭୁଜବଳ, ବରିଷ୍ଠ ସାମ୍ବାଦିକ ଦୟାନିଧି ସୁନାନୀ ପ୍ରମୁଖ ଉପସ୍ଥିତ ଥିଲେ।