ତେନ୍ତୁଳିଖୁଣ୍ଟି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ମଞ୍ଚା ଗାଁ ପଞ୍ଚାୟତ ବଙ୍ଗଳାଗୁଡା ଗ୍ରାମର ମଙ୍ଗଳ ଦାନ ଭତ୍ରା ୨୦୧୬-୧୭ ରେ ପ୍ରଧାନମନ୍ତ୍ରୀ ଆବାସ ପାଇଥିଲେ କିନ୍ତୁ ଗୃହ କାର୍ଯ୍ୟ ଅଦ୍ୟାବଧି ଶେଷ ହୋଇନି। ସେପଟେ ମଙ୍ଗଳ ଦାନ ଭତ୍ରାଙ୍କ ପିତା ସ୍ବର୍ଗତ ପୀତବାସ ଦେଇ ଭତ୍ରାଙ୍କ ନାମରେ ଆସିଥିବା ଗୃହ ମଙ୍ଗଳ ଦାନ କାର୍ଯ୍ୟ କରୁଛନ୍ତି। ପୀତବାସଙ୍କ ନାମରେ ଆସିଥିବା ଗୃହ ବିଦ୍ୟୁତ୍ ଟ୍ରାନସ ଫର୍ମର ପାର୍ଶ୍ୱରେ। ସରକାରୀ ଜମିରେ ମନରେଗା କାର୍ଯ୍ୟ ଚାଲିଥିବା ତଥା ମନରେଗା କାର୍ଯ୍ୟ ଫଳକ ନିକଟରେ କିଭଳି ହେଉଛି ବୋଲି ପ୍ରଶ୍ନ ଉଠୁଛି। ବିଡ଼ିଓ ଙ୍କୁ ଏ ସମ୍ପର୍କରେ ଲିଖିତ ଅଭିଯୋଗ ପରେ ମଧ୍ୟ କୈଣସି ପଦକ୍ଷେପ ନେଇ ନ ଥିବା ଅଭିଯୋଗ କରିଛନ୍ତି ଗ୍ରାମର ନୀଳାନ୍ଦ୍ରି ନାୟକ, ମହେଶ୍ୱର, ବିଜୟ ନନ୍ଦ ଖରା, ସ୍ୱାମସୁନ୍ଦର କର୍କରା, ସୁରଜିତ କର୍କରା, ଅଶୋକ କୁମାର ହରିଜନ, ଯୋଗେନ୍ଦ୍ର ବାଘ, ଦିପ୍ତିମଣି ଭତ୍ରା, ଶିବ ସାନ୍ତା, ହେଲେନା ବାଘ, ଆଲୁଅ ଖରା, ବେଣୁ ହରିଜନଙ୍କ ସମେତ ଆଉ କିଛି ଗ୍ରାମ ଲୋକେ। ଏବିଷୟକୁ ନେଇ ତେନ୍ତୁଳୀଖୁଣ୍ଟି ବିଡ଼ିଓ ଙ୍କୁ ପଚାରିବାରୁ ଉକ୍ତ କାର୍ଯ୍ୟଟି ଵନ୍ଦ ଥିବା କହିଥିବା ବେଳେ ବିଦୂତ ବିଭାଗ ଯନ୍ତ୍ରୀ ଉକ୍ତ ସ୍ଥାନରେ ଘର ହୋଇପାରିବ ନାହିଁ ତଦନ୍ତ ସହ ଚିଠି କରାଯିବ ବୋଲି କହିଥିଲେ। ତେନ୍ତୁଳୀଖୁଣ୍ଟି ତହସିଲଦାର ଙ୍କୁ ଏବିଷୟକୁ ନେଇ ପଚାରିବାରୁ ତଦନ୍ତ ପାଇଁ ପଠେଇବା ସହ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଉତ୍ତର ଦେଇଥିଲେ। ଏହାର ତଦାରଖ ତୁରନ୍ତ କୋରାଯାଉ ବୋଲି ବଙ୍ଗଳାଗୁଡ଼ା ଗ୍ରାମ ବାସି ଦାବି କରିଛନ୍ତି।