ନବରଙ୍ଗପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ଓଡ଼ିଶା ଆଥେଲେଟକ୍ ସପ୍ତମ ଖେଲୋ ଇଣ୍ଡିଆ ଯୁବ କ୍ରୀଡା ୨ ହଜାର ମିଟର ଷ୍ଟିପଲଚେକ୍ ବର୍ଗରେ କାଂସ୍ୟ ପଦକ ଜିତି ରାଜ୍ୟ ତଥା ନବରଙ୍ଗପୁର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଚରାମୂଳା ଗ୍ରାମର ଝିଅ ଏଲ ସ୍ନିଗ୍ଧା। ସ୍ନିଗ୍ଧା ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ ଛାତ୍ରୀବାସରେ ରହି ନବମ ଶ୍ରେଣରେ ଅଧ୍ୟୟନ କରିବା ସହ କ୍ରୀଡା ଅଭ୍ୟାସ ରଖିଛନ୍ତି ବିହାର ରାଜ୍ୟରେ ଚାଲିଥିବା ୨ ହଜାର ମିଟର ମିଟର ଷ୍ଟିପଲଚେକ ବର୍ଗରେ କୃତିତ୍ୱ ହାସଲ କରିଛନ୍ତି। ଏହି ଖବରପାଇ ସନ୍ତୋଷଙ୍କ ପରିବାର ରେ ଖୁସିର ମାହୋଲ ଖେଳିଯାଇଛି। ସ୍ନିଗ୍ଧା ପିଲାଟି ଦିନରୁ ଖେଳ ପ୍ରତି ରୁଚି ରହିଥିଲେ । ଏହାଦେଖି ଖାତିଗୁଡା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଟୁଲୁ ଗୁରୁଜୀ ସ୍ନିଗ୍ଧାଙ୍କୁ ଖେଳ ବିଷୟରେ ବୁଝାଇଥିଲେ। ପରେ ତେନ୍ତୁଳିଖୁଣ୍ଟି ଆଦର୍ଶ ବିଦ୍ୟାଳୟର ଖେଳ ଶିକ୍ଷକ ଉମେଶ ମଲ୍ଲିକ, ଜିଲ୍ଲା ଖେଳ ଶିକ୍ଷକ ପ୍ରଭାତ ପଟ୍ଟନାୟକ, ଓଡିଶା କୋଚ ତଥା ଉମରକୋଟ କ୍ରୀଡା ଶିକ୍ଷକ ସପନ ବୈରାଗୀ, ଭାସ୍କର ରାଓଙ୍କ ପ୍ରେରଣାରେ ଜିଲ୍ଲା ଠାରୁ ରାଜ୍ୟ ତଥା ରାଜ୍ୟ ବାହାରେ ଖେଳି ବହୁ କୃତିତ୍ୱ ହାସଲ କରି ବିଭିନ୍ନ ସ୍ଥାନରେ ସମ୍ମାନିତ ହୋଇଛନ୍ତି ସ୍ନିଗ୍ଧା। ସ୍ନିଗ୍ଧାଙ୍କ ଏଭଳି କୃତିତ୍ୱ ନବରଙ୍ଗପୁର ମାଟିର ଗୌରବ ବୋଲି ଗୁରୁଜୀ,କ୍ରୀଡା ଶିକ୍ଷକ ଓ କୋଚ ପ୍ରମୁଖ ଶୁଭେଚ୍ଛା ଜଣାଇବା ସହ ତାଙ୍କ ଉତ୍ତରତ୍ତର କାମନା କରିଛନ୍ତି। ସେହିପରି ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ଏହି ପ୍ରରିପ୍ରେକ୍ଷୀରେ ଓଡିଶା କୋଚ ରିତା,ଲିପିକା, ସପନ ବୈରାଗୀ,ଗୋଷ୍ଟି ଉନ୍ନୟନ ଅଧିକାରୀ ମନୋଜ ପାଣିଗ୍ରାହୀ,ନାରାୟଣ ପାତ୍ର, ପ୍ରହ୍ଲାଦ ତ୍ରିପାଠୀ, ସ୍ନିଗ୍ଧା ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।