ନବରଙ୍ଗପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ଥାନା ମେଣ୍ଟି ଗ୍ରାମପଞ୍ଚାୟତ ସିରାଗୁଡ଼ା ଗ୍ରାମର ତୁଳସୀ ରାମ ସାହୁ (୧୫) ପିତା ଅଭିମନ୍ୟୁ ସାହୁ ଅପରାହ୍ନ ସମୟରେ ବିଜୁଳି ଆଘାତରେ ତଳେ ପୋଡ଼ିଯାଇଥିଲେ। ଏହାକୁ ସ୍ଥାନୀୟ ଲୋକେ ଦେଖି ପରିବାର ଲୋକଙ୍କୁ ଖବର ଦେବା ପରେ ପରିବାର ଲୋକେ ୧୦୮ ଯୋଗେ ତେନ୍ତୁଳିଖୁଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ନେବା ସୂଚନା ମିଳିଛି। ଏନେଇ ତେନ୍ତୁଳୀଖୁଣ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଯୋଗଯୋଗ କରିବାରୁ କୈଣସି ଉତ୍ତର ମିଳି ନଥିଲା।