ଟ୍ରକ ପଛପଟେ ପିଟି ହୋଇ ମଟର ସାଇକଲ ଚାଳକ ମୃତ୍ୟୁ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : ଶୁକ୍ରବାର ଦିନ ରାତ୍ର ପ୍ରାୟ ୧୦ ଘଣ୍ଟା ସମୟରେ ଏନ୍ ଏଚ ୨୬ ବୋରିଆ ଗ୍ରାମ ନିକଟରେ ଜଣେ ମଟର ସାଇକଲ ଚାଳକ ରାସ୍ତା କଡ଼ରେ ଖରାପ ହୋଇ ରହିଥିବା ଏକ ୬ ଚକିଆ ଟ୍ରକ ନ ଓଡି ୦୫ ଏ ଜେଡ ୭୨୧୮ ନମ୍ବର ଟ୍ରକ୍ ର ପଛ ପଟେ ପିଟି ହୋଇ ମଟର ସାଇକଲ ର ମୃତ୍ୟୁ ହୋଇଛି।ସ୍ଥାନୀୟ ପୋଲିସ ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଶୁକ୍ରବାର ରାତି ପ୍ରାୟ ୧୦ ଘଣ୍ଟା ସମୟରେ ନର୍ଲା ବ୍ଲକ ଭାଲୁଚଞ୍ଚରା ଗ୍ରାମର ସତ୍ୟବାଦୀ ମାଝୀ(୫୦) ଏକ ବିବାହ ଉତ୍ସବ ରେ ଯୋଗଦେବା ପାଇଁ କେସିଙ୍ଗା ପାଖ ପଲକାପଡ଼ା ଗ୍ରାମକୁ ଆସିଥିଲେ ବିବାହ କାର୍ଯ୍ୟକ୍ରମ ସରିବା ପରେ ଶ୍ରୀ ମାଝୀ ନିଜ ଗ୍ରାମ ଭାଲୁଚଞ୍ଚରା ଯିବା ପାଇଁ ମଟର ସାଇକଲ ରେ ବାହାରି ଦୁଇ ରୁ ତିନି କିଲୋମିଟର ଆସିବା ପରେ ଏନ୍ ଏଚ କଡ଼ରେ ଦୁଇ ଦିନ ଆଗରୁ ଖରାପ ହୋଇ ରାସ୍ତା କଡ଼ରେ ଠିଆ ହୋଇ ଥିବା ଟ୍ରକ୍ ର ପଛ ପଟକୁ ଜୋର୍ ରେ ଧକ୍କା ଦେଇ ଥିଲେ ପରେ କେସିଙ୍ଗା ରୁ ଆମ୍ବୁଲାନ୍ସ ଯାଇ ଆହତଙ୍କୁ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଣାଯାଇ ଥିଲା ପରେ ଡାକ୍ତର ଆହତ ମାଝୀ ଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।ପରେ କେସିଙ୍ଗା ପୋଲିସ ର ସହାୟତା ରେ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିଲେ।