ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଅଶ୍ୱିନ ମଲ୍ଲିକ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଛଳା ଶିବ ମନ୍ଦିରଠାରେ ଆଜି କିଟ୍, କିସ୍ ଓ କିମ୍ସ୍ କଳାହାଣ୍ଡି ଶାଖା ପକ୍ଷରୁ ” ଆର୍ଟ ଅଫ୍ ଗିଭିଂ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ହୃଷିକେଶ ଭୋଇ ଯୋଗଦେଇ ଥିଲେ। କିସ୍ ବିଦ୍ୟାଳୟର ସୁଚିନ୍ତକ ଗଙ୍ଗାଧର ଶବର, ପରମାନନ୍ଦ ମାଝୀ ଏବଂ ପିତାମ୍ବର ଶବର, ଚନ୍ଦ୍ରମଣି ଶବର, ସନାତନ ମିଶ୍ର (କିମ୍ସ କର୍ମଚରୀ), ଜଗନ୍ନାଥ ଶବର, ତୀର୍ଲୋଚନ ପାଣିଗ୍ରାହୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ମଞ୍ଚାସୀନ ହୋଇଥିଲେ। ଆଦିବାସୀ ଛାତ୍ର/ଛାତ୍ରୀଙ୍କୁ ଶିକ୍ଷା କ୍ଷେତ୍ରରେ ଆଗେଇ ନେଉଥିବାରୁ କିଟ୍ ଓ କିସ୍ ବିଦ୍ୟାଳୟର ପ୍ରତିଷ୍ଠାତା ଡଃ.ଅଚ୍ୟୁତ ସାମନ୍ତଙ୍କ ମହାନ ଅବଦାନକୁ ପ୍ରଶଂସା କରି ଆଗାମୀ ଦିନରେ ଆଦିବାସୀ ଛାତ୍ରଛାତ୍ରୀ ମାନେ ଏଭଳି ଶିକ୍ଷାନୁଷ୍ଠାନରେ ଶିକ୍ଷା ଲାଭ କରି ସମାଜରେ ପ୍ରତିଷ୍ଠିତ ହେବା ପାଇଁ ଅତିଥି ମାନେ ମତ ବକ୍ତବ୍ୟ କରି ଥିଲେ। କିଟ୍, କିସ୍ ଓ କିମ୍ସର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ବିଶ୍ଵରେ ଶାନ୍ତି ଏବଂ ଖୁସିକୁ ପ୍ରୋତ୍ସାହିତ କରିବା ପାଇଁ ଏକ ପ୍ରୟାସ ଭାବେ ଆରମ୍ଭ କରିଛନ୍ତି । ଏହା କେବଳ ଭୌତିକ ଦାନ ବିଷୟରେ ନୁହେଁ; ଏହା ପ୍ରେମ, ସମୟ, ସମର୍ଥନ ଏବଂ ଅନ୍ୟର ଯତ୍ନ ଓ ଖୁସି ଦେବା ଦିଗରେ ପ୍ରୟାସ ହେଉଛି ‘ଆର୍ଟ ଅଫ୍ ଗିଭିଂ’। ଏହା ପ୍ରକୃତରେ ମଣିଷ ଏବଂ ମାନବୀୟ ଚିନ୍ତାଧାରା ଆପଣାଇବା ପାଇଁ ଶିକ୍ଷା ଦେଇଥାଏ। ଦାନ କରିବାର କଳା ଜାତି, ଧର୍ମ, ବୟସ, ଧର୍ମ କିମ୍ବା ଲିଙ୍ଗ ନିର୍ବିଶେଷରେ ସମସ୍ତେ ଅଭ୍ୟାସ କରିପାରିବେ। ଏହି ବାର୍ତ୍ତାକୁ ସମସ୍ତେ ପ୍ରଶଂସା କରିବା ସହିତ ପାଳନ କରିବା ପାଇଁ ପ୍ରତିଜ୍ଞା ନେଇଥିଲେ। କିସ୍ କଳାହାଣ୍ଡି ବିଦ୍ୟାଳୟର କର୍ମଚାରୀ ଯଶବନ୍ତ ମାଝୀ, ମହେନ୍ଦ୍ର ଧାରୁଆ ଏବଂ କିସ୍ ବିଦ୍ୟାଳୟର ଅଭିଭାବକ ପୂର୍ଣ୍ଣଚନ୍ଦ୍ର ଶବର ଏବଂ ସମସ୍ତ ଅଭିଭାବକ ଉପସ୍ଥିତ ରହି ପରିଚାଳନା କରିବାରେ ସହଯୋଗ କରିଥିଲେ।