ସତ୍ୟସାଇ ବିଦ୍ୟାମନ୍ଦିର ଅଭୂତପୂର୍ବ ସଫଳତା, ସିବିଏସ୍‌ଇ ଦଶମ ପରୀକ୍ଷାରେ ଜିଲ୍ଲା ଦ୍ବିତୀୟ

ଜୁନାଗଡ଼/କ୍ରାନ୍ତିକ୍ଷେତ୍ର ନ୍ୟୁଜ : ଭବାନୀପାଟଣା ସ୍ଥିତ ଶ୍ରୀ ସତ୍ୟସାଇ ବିଦ୍ୟା ମନ୍ଦିର ଚଳିତ ବର୍ଷ ସିବିଏସ୍‌ଇ ଦଶମ ଓ ଦ୍ବାଦଶ ପରୀକ୍ଷା ୨୦୨୫ ରେ ଅଭୁତପୂର୍ବ ସଫଳତା ପାଇଛି। ସିବିଏସ୍‌ଇ ଦଶମ ପରୀକ୍ଷାରେ ଶ୍ରୀୟାଂଶୁ ଦାଶ ସର୍ବମୋଟ ୯୭.୪% ମାର୍କ ରଖ୍ କଳାହାଣ୍ଡି ଜିଲ୍ଲାର ଦ୍ବିତୀୟ ସର୍ବମୋଟ ମାର୍କ ପ୍ରାପ୍ତି ଛାତ୍ର ଭାବରେ ବିଦ୍ୟାଳୟ ଓ ଜିଲ୍ଲା ପ୍ରତି ଗର୍ବ ଓ ଗୌରବ ଆଣିଛନ୍ତି।

ସେହିଭଳି ସୋହମ୍ ମିଶ୍ର ୯୬.୨%, ଆଞ୍ଚଲ ପଣ୍ଡା ୯୫%, ସୋୟମପ୍ରଭା ଜୟସିଂହ ୯୪.୮%. ଜାହ୍ନବୀ ସିନ୍ଧେ ୯୩.୨%,ରୀତିଶା ପଣ୍ଡା ୯୩% ଓ ଅଭିଶେକ ବେହେରା ୯୨.୬% ମାର୍କପାଇ ବିଦ୍ୟାଳୟର ଗୌରବ ବୃଦ୍ଧି କରିଛନ୍ତି। ଦଶମରେ ଶତପ୍ରତିଶତ ଫଳାଫଳ ହୋଇଥ‌ିବାବେଳେ ସର୍ବମୋଟ ୫୬ ଜଣରୁ ୯ ଜଣ ୯୦%, ୧୮ ଜଣ ୮୦% ଉପରେ ମାର୍କ ପାଇଛନ୍ତି। ସେହିଭଳି ସିବିଏସ୍‌ଇ ଦ୍ବାଦଶ ପରୀକ୍ଷାରେ ସୁଶ୍ରୀ ଅନନ୍ୟା ଦାସ ସର୍ବମୋଟ ୮୩.୮୦% ପ୍ରତିଶତ ମାର୍କ ଆଣି କଳାହାଣ୍ଡି ଜିଲ୍ଲାରେ ଗୌରବ ସୃଷ୍ଟି କରିଛନ୍ତି। ଛାତ୍ରଛାତ୍ରୀମାନଙ୍କ ଏହି ସଫଳତା ବିଦ୍ୟାଳୟ ଓ ଜିଲ୍ଲାକୁ ଗୌରବାନ୍ବୀତ କରିଥିବାରୁ ପରିଚାଳନା ସଦସ୍ୟ, ଅଭିଭାବକ,ଶିକ୍ଷକ ଓ ସାଧାରଣରେ ଆନନ୍ଦ ଖେଳିଥିବା ବେଳେ ସେମାନଙ୍କ ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି।