ବୃଦ୍ଧଙ୍କ ରହସ୍ୟମୟ ମୃତ୍ୟୁ ; ନ୍ୟାୟ ଦାବି କଲେ ସ୍ତ୍ରୀ

ଜୟପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ(ଚିତ୍ରସେନ ବାଗ) : ସବିଗୁଡା ଗାଁରେ କଳହ, ଜୟପାଟଣା ଥାନାର ଦ୍ଵାରସ୍ଥ, ଥାନାରେ ବୁଝାମଣା ପୁଣି ସବିଗୁଡା ଗାଁରେ ଯାଇ ମୃତ୍ୟୁ। ଏଭଳି ରହସ୍ୟ ଓ ସନ୍ଧେହ ଜନକ ଭାବେ ଜଣେ(୬୦)ବର୍ଷୀୟ ବୃଦ୍ଧ ତ୍ରିନାଥ ମଲ୍ଲୀକଙ୍କ ମୃତ୍ୟୁ ବରଣ କରିବା କଥା ଜୟପାଟଣା ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି। କାନ ଭଲ ଶୁଣାଯାଉନଥିବା ଆଉ ଆଖିକୁ ଦେଖାଯାଉ ନଥିବା ବୃଦ୍ଧଙ୍କ ସ୍ତ୍ରୀ ସୁମନୀ କାହାକୁ ଅବା କଣ କହିବ। କେବଳ କୋହଭରା କଣ୍ଠରେ ଝଗଡା ଲାଗିଲେ ଆଉ ତା’ ପରେ କିଛି କହୁନାହାନ୍ତି। ନା ବୃଦ୍ଧାଙ୍କ କୌଣସି ସନ୍ତାନସନ୍ତତି ଅଛନ୍ତି ନା’ କେହି ସମ୍ପର୍କୀୟ। ବର୍ତ୍ତମାନ ପୋଲିସ ହଁ ଏ ବୃଦ୍ଧା ଙ୍କ ଏକମାତ୍ର ସହାରା ଯିଏ କି ନ୍ୟାୟ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷରେ ଗାଁ ରେ ମୃତ୍ୟୁ ପୂର୍ବରୁ ଘଟିଥିବା କିଛି ଘଟଣା କୁ ଲୋକ ଲୋଚନ କୁ ଅଣାଯାଉନାହିଁ ଓ ଗାଁ ରେ ଲୋକଙ୍କ ମୁହଁ କୁ କିଛି ଅଦୃଶ ଶକ୍ତି ବନ୍ଧ ରଖିଛି ବୋଲି ଶୁଣିବାକୁ ମିଳୁଛି। ବର୍ତ୍ତମାନ ଶବ ବ୍ୟବଚ୍ଛେଦ ପରେ ପୋଲିସ ସୁମନୀ ଓ ସ୍ଥାନୀୟ ସରପଞ୍ଚ ପ୍ରତିନିଧିଙ୍କୁ ଶବ ହସ୍ତାନ୍ତର କରିଛି।ଶବ ବ୍ୟବଚ୍ଛେଦ ରିପୋର୍ଟ ହଁ କହିବ ସତ। ତେବେ ପୋଲିସର ତଦନ୍ତର ଦିଗ କୁଆଡେ ଯାଉଛି ଆଉ କେବେ ସୁମନୀଙ୍କୁ ନ୍ୟାୟ ମିଳୁଛି ତାହା ହିଁ ଦେଖିବାକୁ ବାକି ରହିଲା।