ଖବର ପ୍ରକାଶ ପରେ ଆରମ୍ଭ ହେଲା ପୋଲିସପଡା ଟ୍ରାନ୍ସଫରର୍ମର ପାଚେରୀ କାର୍ଯ୍ୟ

ମଦନପୁର ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଉଦ୍ଧବ ପଣ୍ଡା) : ବିଭିନ୍ନ ଜାଗାରେ ବିଦ୍ୟୁତ ବିଭାଗ ପକ୍ଷରୁ ଟ୍ରାନ୍ସଫରର୍ମର ମାନ ବସାଯାଇଛି। ହେଲେ କେତେକ ସ୍ଥାନରେ ସୁରକ୍ଷା ପାଚେରୀ ନିର୍ମାଣ ନାହିଁ, ଫଳରେ ବିଭିନ୍ନ ସମୟରେ ଗୋରୁ ଗାଈ ଛେଳି ମେଣ୍ଢା ଘାସ ଖାଇବାକୁ ଭିତରକୁ ପସି ମୃତ୍ୟୁ ବରଣ କରିଥିବା ନଜିର କୁ ଆସିଛି। ଏହାକୁ ନେଇ ବାରମ୍ବାର ବିଦ୍ୟୁତ ବିଭାଗ ଅଧିକାରୀଙ୍କ ଠାରେ ଅଭିଯୋଗ କରିଥିଲେ କୈାଣସି ଦୃଷ୍ଟି ପଡୁନାହିଁ। କଳାହାଣ୍ଡି ଜିଲ୍ଲା ମ, ରାମପୁର ବ୍ଲକ ସଦର ମହକୁମା ପୋଲିସପଡା ରାସ୍ତା କଡ଼ରେ ଥିବା ଟ୍ରାନ୍ସଫର୍ମର ମୁକୁଳା ହୋଇ ପଡିରହିଥିଲା। ଫଳରେ ବିଭିନ୍ନ ସମୟରେ ଅଘଟଣ ମାନ ଘଟୁଥିବା ନଜିର କୁ ଆସୁଥିଲା। ଏହାକୁ ନେଇ ବାରମ୍ବାର ବିଦ୍ୟୁତ ବିଭାଗ ଅଧିକାରୀଙ୍କ ଠାରେ ପୋଲିସପଡା ବାସିନ୍ଦା ଅଭିଯୋଗ କରିଆସୁଥିଲେ। ତଥାପି ଅଧିକାରୀ ମାନଙ୍କ ଦୃଷ୍ଟି ପଡୁନଥିଲା। ଏହାକୁ ନେଇ ‘କ୍ରାନ୍ତିକ୍ଷେତ୍ର’ ରେ ଏକ ଶିର୍ଷକ ଖବର ପ୍ରକାଶ ପାଇଥିଲା। ଖବର ପ୍ରକାଶ ପରେ ଟ୍ରାନ୍ସଫର୍ମର ସୁରକ୍ଷା ପାଚେରୀ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି।