ଓଡିଶା ରାଜ୍ୟ ପୋଲିସ୍ ମହାସଂଘ ସହ ସମ୍ପାଦକ ଭାବେ ଇନ୍ସପେକ୍ଟର ଖଗେଶ୍ୱର ଖୋସଲା ନିର୍ବାଚିତ

ନବରଙ୍ଗପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) :  ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଇନ୍ସପେକ୍ଟର ଖଗେଶ୍ବର ଖୋସଲା ଓଡିଶା ରାଜ୍ୟ ପୋଲିସ୍ ମହାସଂଘର ସହ ସମ୍ପାଦକ ନିର୍ବାଚିତ ହୋଇଛନ୍ତି। ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରଥମ ପୋଲିସ ଭାବେ ଓଡିଶା ପୋଲିସ ମହାସଂଘର ସହ ସମ୍ପାଦକ ଭାବେ ନିର୍ବାଚିତ ହେବା ଯୋଗୁଁ ଏହି ବିଭାଗ ସହ ବନ୍ଧୁ ପରିଜନ, ସହକର୍ମୀ ତଥା ଏହି ଅଞ୍ଚଳରେ ଖୁସିର ଲହରୀ ଖେଳିବା ସହ ବିଭିନ୍ନ ମହଲରୁ ଶୁଭେଛା ପ୍ରଦାନ କରାଯାଇଛି।