ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ପ୍ରଦୀପ ପଣ୍ଡା) : କଳାହାଣ୍ଡି ଜିଲ୍ଲା ଥୁଆମୂଲ ରାମପୁର ବ୍ଲକ ଅନ୍ତର୍ଗତ ପେରମଞ୍ଜି ଠାରେ ସ୍ଥାନୀୟ କର୍ଲାପାଟ ଗ୍ରାମପଞ୍ଚାୟତ ର ସରପଞ୍ଚ ତଥା କିସ୍ କିଟ୍ ତରଫରୁ ଥୁଆମୂଳ ରାମପୁର ବ୍ଲକ ସଭାପତି ତଥା ସରପଞ୍ଚ ଶ୍ରୀ ବିଶ୍ଵନାଥ ମାଝୀଙ୍କ ଉଦ୍ୟମରେ ବିଶ୍ବବ୍ୟାପୀ ଦ୍ୱାଦଶ ବର୍ଷର ଆନ୍ତର୍ଜାତୀୟ “ଆର୍ଟ ଅଫ୍ ଗିଭିଂ ” କାର୍ଯ୍ୟକ୍ରମ ମହା ଆଡମ୍ବରରେ ପାଳନ କରାଯାଇଛି। ଏହି ଦିବସକୁ ୨୦୧୩ ମସିହାରୁ ବିଶ୍ବବ୍ୟାପୀ ଆର୍ଟ ଅଫ ଗିଭିଂ ଦିବସ ରୂପେ ବିଶିଷ୍ଟ ଶିକ୍ଷାବିତ ଓ ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଡ଼କ୍ଟର ଅଚ୍ୟୁତ ସାମନ୍ତଙ୍କ ଦ୍ଵାରା ଆରମ୍ଭ ହୋଇଛି। ବର୍ତ୍ତମାନ ଏହି ଦିବସକୁ ବିଶ୍ଵର ଶତାଧିକ ରାଷ୍ଟ୍ରର ବହୁ ବ୍ୟକ୍ତି ଏକ ଅଭିଯାନ ମାଧ୍ୟମରେ ମଧ୍ୟ ପାଳନ କରି ଆସୁଛନ୍ତି। ସେହିପରି କଳାହାଣ୍ଡି ଜିଲ୍ଲା ଅତି ଦୁର୍ଗମ ଅଞ୍ଚଳର କର୍ଲାପାଟ ପଞ୍ଚାୟତ ଅନ୍ତର୍ଗତ ପେରମଞ୍ଜି ଠାରେ କିସ୍ ଭୁବନେଶ୍ୱର,କିସ୍ ବାଦଲି, ଆଖପାଖ ଅଞ୍ଚଳର ଛାତ୍ର ଛାତ୍ରୀ , ଅଭିଭାବକ ଓ କିସ୍ ଓ କିଟ୍ ର ପୁରାତନ ଛାତ୍ରଛାତ୍ରୀ ସହ ଏହି ଅଞ୍ଚଳର ବୁଦ୍ଧିଜୀବୀ ମିଶି ପ୍ରାୟ ୩୫୦ ଜଣରୁ ଅଧିକ ଜନ ସମାଗମରେ ପାଳନ କରାଯାଇଛି। ଏହି ଅବସରରେ ଚଳିତ ବର୍ଷର ବିଷୟବସ୍ତୁ ‘ ନେବର୍ ଗୁଡ ‘ ଅର୍ଥାତ୍ ” ପଡୋଶୀଙ୍କ ସହ ସୁ ସମ୍ପର୍କ ସ୍ଥାପନ କରିବା ” ବିଷୟ ଉପରେ ଅତିଥି ମାନେ ମତବ୍ୟକ୍ତ କରି ଆଲୋଚନା ମାଧ୍ୟମରେ ମତ ରଖିଥିଲେ। କିସ୍ ଓ କିଟ୍ ର ପ୍ରତିଷ୍ଠାତା ଡ଼କ୍ଟର ଅଚ୍ୟୁତ ସାମନ୍ତଙ୍କୁ ଭୂରି ଭୂରି ପ୍ରଶଂସା କରି ଏହି ଅନୁଷ୍ଠାନ ଆହୁରି ଅଧିକ ବଢିବ ଓ ଆମ ଅଞ୍ଚଳର ଶିକ୍ଷାର ବିକାଶ କରାଇବା ଦିଗରେ ସହାୟ ହେଉ ବୋଲି ଏକ ସ୍ଵରରେ ଜୟଗାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଥୁଆମୂଳ ରାମପୁର ବ୍ଲକର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଓ ଇ ଏସ) ତଥା କିସ୍ ର ପୁରାତନ ଛାତ୍ର ସାଲଖୁ ହେମ୍ବ୍ରମ , ମୁଖ୍ୟବକ୍ତା ଭାବେ କିସ୍ କୋର୍ ଗାଡ଼ିଏନ ଆଦିବାସୀ ସଂଘର ସଭାପତି ସନାତନ ମାଝୀ ,କର୍ଲାପାଟ ପଞ୍ଚାୟତ ସରପଞ୍ଚ ବିଶ୍ଵନାଥ ମାଝୀ, ଥୁଆମୂଲ ରାମପୁର ବ୍ଲକର ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ନରେନ୍ଦ୍ର କୁମାର କାମପାଳ, ଥୁଆମୂଳ ରାମପୁରର ବରିଷ୍ଠ ସମାଜସେବୀ, ସୂଚନା ଅଧିକାର କର୍ମୀ ତଥା ସାମ୍ବାଦିକ ରବି ନାରାୟଣ ସିଂହ , ସାମ୍ବାଦିକ ରଥ ଦୁରିଆ, କିସ୍ କୋର୍ ଗାଡ଼ିଏନ ଗୁଣନିଧି ମାଝୀ, କୋର ଗାଡ଼ିଏନ ସନ୍ତୋଷ କୁମାର ମାଝୀ ଅର୍ଗାନାଇଯର ଟିମ୍ ତଥା କିସ୍ ର ପୁରାତନ ଛାତ୍ରଛାତ୍ରୀ ମିଶି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସଭାପତିତ୍ବ କରିଥିଲେ ବିଶ୍ଵନାଥ ମାଝୀ ମଞ୍ଚ ପରିଚାଳନା କରିଥିଲେ ସନ୍ତୋଷ ମାଝୀ, ଶେଷରେ ଲଳିତା ମାଝୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିବା ଯୋଗୁଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲଲେ।