କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମଧୁସୁଦନ ଠାକୁର) : ତାଲୁକ ଆଇନ ସେବା ସମିତି କେସିଙ୍ଗା ତରଫରୁ ସ୍ଥାନୀୟ ଅଦାଲତ ପରିସରରେ ” କଠିନ ବର୍ଜ୍ୟବସ୍ତୁ ପରିଚାଳନା” ଶୀର୍ଷକ ଉପରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ତଥା ଅଧ୍ୟକ୍ଷା ତାଲୁକ ଆଇନ ସେବା ସମିତି କେସିଙ୍ଗା ଦୀପ୍ତା ସେଠୀ ଯୋଗଦେଇ ଉପରୋକ୍ତ ବିଷୟ ଉପରେ ଗୁରୁତ୍ୱାରୋପ କରିବା ସହ ଆବର୍ଜନା ମୁକ୍ତ ପରିବେଶ ଗଠନ ତଥା ସରକାରଙ୍କ ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା କରିଥିଲେ। ଏଥିରେ ଓକିଲ ସଂଘ ସଭାପତି ଚିତ୍ତରଞ୍ଜନ ଭୋଇ, ସମ୍ପାଦକ ଯୁଗଳ କିଶୋର ଦୀପ, ସହକାରୀ ସରକାରୀ ଓକିଲ ପ୍ରକାଶ କୁମାର ଦାସ, ବରିଷ୍ଠ ଆଇନଜୀବି ଦିନେଶ କୁମାର ଭୋଇ, ହରିପ୍ରସାଦ ତାଣ୍ଡି, ରଞ୍ଜିତ କୁମାର ଷଡଙ୍ଗୀ,ଗୋଲକ ବିହାରୀ ପ୍ରଧାନ, ସୁକାନ୍ତ କୁମାର ପଧାନ ଓ ଅନ୍ୟ ଆଇନଜୀବିଙ୍କ ସମେତ ପାରାଲିଗାଲ ସ୍ୱେଚ୍ଛାସେବୀ ସାଧାରଣ ଜନତା ଏବଂ ଅଦାଲତ କର୍ମଚାରୀ ମାନେ ଉପସ୍ଥିତ ଥିଲେ।