କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କୋକସରା ବ୍ଳକ ସଦର ମହକୁମା ଧାନ ମଣ୍ଡିଠାରେ ଶନିବାର କିଟ୍ ଓ କିସ୍ କୋକସରା ଶାଖା ପକ୍ଷରୁ ୧୨ ତମ ଅନ୍ତର୍ଜାତୀୟ ଆର୍ଟ ଅଫ୍ ଗିଭିଙ୍ଗ ଦିବସ ପାିତ ହୋଇଛି। କିସ୍ ର ପୁର୍ବତନ ଛାତ୍ର ତଥା ଅଧ୍ୟାପକ ଭୁବନେଶ୍ବର ଦିଶାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାରୋହରେ ସର୍ବ ଭାରତୀୟ ଭତରା ସମାଜର ଉପ-ସଭାପତି ଗରୁଡ଼ଧ୍ୱଜ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। କୋକସରା ବ୍ଲକ ଆଦିବାସୀ ସଂଘର ସାଧାରଣ ସମ୍ପାଦକ ତ୍ରିନାଥ ଶବର ମୁଖ୍ୟବକ୍ତା, କିସ୍ କୋକସରା ଶାଖା ବ୍ଳକ ସଂଯୋଜକ ସନ୍ଥ କୁମାର ନାଏକ, ବ୍ଲକ ଭତରା ସମାଜର ଉପ ସଭାପତି ଘନଶ୍ୟାମ ନାଏକ, ହଳବା ସମାଜର ଜିଲ୍ଳା ସଭାପତି ସହଦେବ ନେଗୀ, ଭତରା ସମାଜର ପୂର୍ବତନ ଜିଲ୍ଳା ସଭାପତି ନୀଳକଣ୍ଠ ମାଝୀ, କୁମଯୋର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯୋଗିନ୍ଦ୍ର ହଂସ, ସୁନାମାଳ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ସାହୁ, ଭତରା ସମାଜର ଜିଲ୍ଳା ଉପ-ସଭାପତି ଘାସିରାମ ନାଏକ, ଦୋଳଗୋବିନ୍ଦ ନାଏକ, ଲଷ୍ମୀକାନ୍ତ ପୁଝାରୀ, ଶାନ୍ତିଲତା ମାଝୀ, ଜତିନ ମାଝୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ହୋଇଥିଲେ। ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷା କ୍ଷେତ୍ରରେ ଆଗେଇ ନେବାପାଇଁ କିଟ୍ ଓ କିସ୍ ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଅବଦାନକୁ ଭୂୟସୀ ପ୍ରଶଂସା କରି ଆଗାମୀ ଦିନରେ ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କୁ ଏଭଳି ଶିକ୍ଷାନୁଷ୍ଠାନରେ ଶିକ୍ଷା ଲାଭ କରି ସମାଜରେ ପ୍ରତିଷ୍ଠିତ ହେବା ପାଖ ପଡୋଶୀଙ୍କ ସହ ସୁସମ୍ପର୍କ ସ୍ଥାପନ କରିବା, ଅସୁବିଧା ସମୟରେ ସାହାଯ୍ୟ ସହଯୋଗ କରିବା ପାଇଁ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏହି କ୍ରମରେ ସୁନାମାଳ ଗ୍ରାମର ଅବସରପ୍ରାପ୍ତ ଇଣ୍ଡିଆନ ଆର୍ମି କୃପାସିନ୍ଧୁ ପାତ୍ର, କାଦୋପଦର ଗ୍ରାମର ଅବସରପ୍ରାପ୍ତ ବିଏସ୍ଏଫ ଜବାନ ସହଦେବ ଶବର, ବଡ଼କେନ୍ଦୁଗୁଡା ଗ୍ରାମର ଆଦର୍ଶ ଶିକ୍ଷକ ଜୟରାମ ରାଉତ, ନର୍ଲାର ସମାଜସେବୀ ଶାନ୍ତିଲତା ମାଝୀ ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ସମାରୋହରେ ବ୍ଲକର ବିଭିନ୍ନ ଗ୍ରାମରୁ କିଟ୍ ଓ କିସ୍ ର ଛାତ୍ରଛାତ୍ରୀ, ଅଭିଭାବକ ଉପସ୍ଥିତ ରହିଥିଲେ। ଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ସୁଧୀର ଧଙ୍ଗଡାମାଝୀ ମଞ୍ଚ ପରିଚାଳନା କରିଥିଲେ।