କାଠ କଟା ଯନ୍ତ୍ର ସହ ବିପୁଳ କାଠ ଜବତ୍ ; ମାଲିକ ଫେରାର

ମଦନପୁର ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅଧିନସ୍ଥ ମ,ରାମପୁର ରେଞ୍ଜ ଅଞ୍ଚଳ ର କେନାଲ ଛକ, ଅଇଁଲା ପାଲି ଠାରେ ଏସିଏଫ୍ ତଥା ମ,ରାମପୁର ରେଞ୍ଜ ଅଧିକାରୀ ଅସିତ୍ କୁମାର ଦାଶ ଙ୍କ ନେତୃତ୍ୱ ରେ ଚଢାଉ କରି ବିପୁଳ ପରିମାଣର କାଠ ସହ କାଠ କଟା ଯନ୍ତ୍ର ଜବତ୍ କରାଯାଇଛି। ପ୍ରାପ୍ତ ସୂଚନା ମୁତାବକ ଏକ ଚଢାଉ ବେଳେ ଗଙ୍ଗାଧର ସାହୁ ଙ୍କ ଘରୁ ୪୦ ସି ଏଫ୍ ଟି ରୁ ଅଧିକ ସାଇଜ କାଠ ସହ କାଠ କଟା ଓ ପଲିସ ଯନ୍ତ୍ର ଜବତ୍ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷ ରୁ ଅଧିକ ହେବ ବୋଲି ଜଣା ଯାଇଛି । ଏଥିରେ ସମୃକ୍ତ ମାଲିକ ଫେରାର ହେଇ ଯାଇଥିବା ବେଳେ ବନ ବିଭାଗ ତରଫରୁ ଓ ଆର ୪୬ ଏମ ଆର ୨୦୨୫/୨୬ ରେ ଏକ ମାମଲା ରୁଜୁ ହୋଇ ଫେରାର ମାଲିକ ଙ୍କୁ ଗିରଫ ପାଇଁ ବନ ବିଭାଗ ଉଦ୍ୟମ ଜାରି ରଖିଛି । ଏହି ଚଢାଉ ରେ ଶ୍ରୀ ଦାଶ ଙ୍କ ସମେତ ବନପାଳ ସମ୍ପଦ କୁମାର, ବନ ରକ୍ଷୀ ଲକ୍ଷ୍ମୀ ଦୋରା, ବାଳ କୃଷ୍ଣ ଜାଲ, ସ୍ୱାର୍ଡ କର୍ମଚାରୀ ପ୍ରକାଶ ମାଝୀ, କିଶୋର ମାଝୀ, ବଇଚନ୍ଦ୍ର ସାହୁ,ବିରଞ୍ଚି ସାହୁ, ଶରତ ଚନ୍ଦ୍ର ବିଶି,ତୁଳସୀ ରାମ ଭୋଇ ପ୍ରମୁଖ ସାମିଲ ଥିଲେ।