ନୂତନ ସିଆରସିସିଙ୍କୁ ସ୍ବାଗତ ଓ ପୁରାତନଙ୍କୁ ବିଦାୟ ସମ୍ବର୍ଦ୍ଧନା

ସିନାପାଲି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଶୁଭ୍ରାଂଶୁ ନାଏକ) : ନୂଆପଡ଼ା ଜିଲ୍ଲା ସିନାପାଲି ଗୋଷ୍ଠି ଶିକ୍ଷା କାର୍ଯ୍ଯଳୟ ତରଫରୁ ଶନିବାର ନୂତନ ସିଆରସିସିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବା ବେଳେ ବିଦାୟୀ ସିଆରସିସିଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଏନେଇ ସ୍ଥାନୀୟ ନୀଳଜୀ ବିଦ୍ଯାଳୟ ଠାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଏବିଇଓ ପ୍ରଦୀପ କୁମାର ପଣ୍ତା ସଭାପତିତ୍ୱ କରିଥିବା ବେଳେ ମୁଖ୍ଯ ଅତିଥି ଭାବରେ ବିଇଓ ଜତିଂଦ୍ର କୁମାର ସେଠ, ମୁଖ୍ଯବକ୍ତା ଭାବରେ ସତ୍ଯବ୍ରତ ଗହୀର ଓ ସମ୍ମାନିତ ଅତିଥି ଭାବରେ ବିଭାଗୀୟ ସେକସନ୍ ଅଫିସର୍ କମଳ ଲୋଚନ ମାଝୀ ଓ ସିଆରସିସି ଭୀମସେନ ମେହେର ଯୋଗ ଦେଇଥିଲେ। ଏହି ଅବସରରେ ବିଦାୟୀ ସିଆରସିସିଙ୍କ କାର୍ଯ୍ଯ ଦକ୍ଷତାକୁ ଉଚ୍ଚ ପ୍ରଶଂସା କରାଯିବା ସହ ସେମାନଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ନୁତନ ଭାବରେ ଯୋଗଦାନ କରିଥିବା ସିଆରସିସି ମାନଙ୍କୁ ବିଭାଗ ତରଫରୁ ସ୍ବାଗତ କରାଯାଇଥିଲା। ପ୍ରାରମ୍ଭରେ ସନ୍ତୋଷ ବନ୍ଦିଚ୍ଛୋର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଖଗେଶ୍ବର ବାଗ, ଜଗଦୀଶ ତାଣ୍ତି, ଦୀପକ ସା, ବିଟୁ ଭାଇ ସ୍ବାଗତ ସଙ୍ଗୀତ ଗାନ କରିଥିଲେ। ଶେଷରେ ରାକେଶ ମିଶ୍ର ଧନ୍ଯବାଦ ଦେଇଥିଲେ। କାର୍ଯ୍ଯକ୍ରମ ଆୟୋଜନରେ ବାଲାଜୀ ହରିଜନ, ବଂଶୀଧର ଜଗତ, ଧିରେଂଦ୍ର ସା ପ୍ରମୁଖ ସହଯୋଗ କରିଥିଲେ।