ତେଜୁଛି ବନ ବିଭାଗ କର୍ମଚାରୀଙ୍କୁ ଗାଁ ମନା ଅଭିଯାନ

ଡଙ୍ଗର ଗାଁରେ ଜଙ୍ଗଲ ଜମି ମୁକ୍ତି ଆନ୍ଦୋଳନ କମିଟିର ସମାବେଶ

ସିନାପାଲି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଶୁଭ୍ରାଂଶୁ ନାଏକ) : ଜଙ୍ଗଲ ଜମି ମୁକ୍ତି ଆନ୍ଦୋଳନ କମିଟି ଦ୍ୱାରା ଡାକରା ଦେଇଥିବା ବନ ବିଭାଗ କୁ ଗାଁ ମନା ଅଭିଯାନ ପ୍ରତିବାଦ ତେଜିବାରେ ଲାଗିଛି ।ବିଭିନ୍ନ ଗାଁ ଗଣ୍ଡା ଗୁଡିକରେ ବ୍ୟାନର ଲଗାଇ ଗାଁ ଲୋକେ ପ୍ରତିବାଦ କରିବା ସହ ନିଜର ହକ ଅଧିକାର ନ ପାଇବା ଯାଏଁ ପ୍ରତିବାଦ ଜାରୀ ରହିଥିବା ବେଲେ ଆଜି ଉପାନ୍ତ ନୂଆମାଳପଡ଼ା ପଞ୍ଚାୟତ ଡଙ୍ଗର ଗାଁ ରେ ଜଙ୍ଗଲ ମୁକ୍ତି ଆନ୍ଦୋଳନ କମିଟି ର ବ୍ଲକ ସଭାପତି ହନୁରାମ ମାଝି ଙ୍କ ସଭାପତିତ୍ବ ରେ ବିରାଟ ସମାବେଶ ଅନୁଷ୍ଠିତ ହୋଇ ଯାଇଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ,ନୂଆପଡ଼ା ଜିଲ୍ଲା ର ଅନୁସୂଚୀତ ଜନ ଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀ ମାନେ ଜଙ୍ଗଲ ଜମି କୁ ଦଖଲ କରି ପୁରୁଷାନୁକ୍ରମେ ଚାଷ ବାସ କରି ପରିବାର ପ୍ରତିପୋଷଣ କରିବା ସହ ଜଙ୍ଗଲ ଜାତ ଲଘୁବନଯାତ ଦ୍ରବ୍ୟ ସଂଗ୍ରହ କରି ନିଜର ଜୀବିକା ନିର୍ବାହ କରି ଆସୁଛନ୍ତି। ହେଲେ ଏହି ଜମୀ ର ଅଧିକାର ପାଇଁ ସରକାର ଙ୍କ ନିକଟରେ ଦାବୀ କରି ଆସୁଛନ୍ତି। ହେଲେ ବନ ବିଭାଗ ଟାଲ ଟୁଲ ନୀତି ଅବଲମ୍ବନ କରିବା ସହ ଅସହଯୋଗ କରି ମାପ କାର୍ଯ୍ୟରେ ବିଳମ୍ୱ କରୁଛି।

ଏପରିକି କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ଜଙ୍ଗଲ ଅଧିକାର ଆଇନ – ୨୦୦୬ ସଂଶୋଧିତ ଆଇନ ୨୦୧୨ କୁ ସଠିକ ଭାବରେ କାର୍ଯ୍ୟ କରୁ ନ ଥିବା ନେଇ କମିଟି କ୍ଷୋଭ ପ୍ରକାଶ କରିଛି। ସେହିପରି ପଟ୍ଟା ପାଇବାରୁ ବଞ୍ଚିତ ଆଦିବାସୀ ଓ ଅନ୍ୟାନ୍ୟା ବର୍ଗ ର ଅଣ ଆଦିବାସୀ ଙ୍କୁ ତୁରନ୍ତ ପଟ୍ଟା ପ୍ରଦାନ, ଅଣ ରାଜସ୍ୱ ପଡ଼ା ଗ୍ରାମକୁ ରାଜସ୍ୱ ଗ୍ରାମ ର ମାନ୍ୟତା, ଗୋଷ୍ଠି ଜଙ୍ଗଲ ସମ୍ବଳ ଅଧିକାର ଓ ଗୋଷ୍ଠିଗତ ଅଧିକାର ପ୍ରଦାନ, ମୋ ଜଙ୍ଗଲ ଜମି ଯୋଜନା କାର୍ଯ୍ୟ କାରିତା ପ୍ରମୁଖ ଦାବୀ ନେଇ ଏହି ଅଭିଯାନ ମାଧ୍ୟମରେ ପ୍ରତିବାଦ କରାଯାଇଥିବା ବେଳେ ଏହା ପୂର୍ବରୁ ବାରମ୍ବାର ଆନ୍ଦୋଳନ ଓ ଗଣ ଧାରଣା ଦିଆଯାଇ ଥିବା ବେଳେ କୌଣସି ସୁଫଳ ମିଳିନାହିଁ ଯାହା ଫଳରେ ବିଭିନ୍ନ ସ୍ଥାନରେ ପ୍ରତିବାଦ କରୁଥିବା ବେଳେ କାର୍ଯ୍ୟକାରୀ ନ ହେଲେ ବିରାଟ ଆନ୍ଦୋଳନ ଚେତାବନୀ ଦିଆଯାଇଥିଲା। ଏହି ସମାବେଶ ରେ ନୂଆମାଳପଡ଼ା, ଖନ୍ଦାପଡ଼ା, ପୋର୍ଟିପଡ଼ା ଓ ଡଙ୍ଗର ଗାଁ ସମେତ ଆଖ ପାଖ ଅଞ୍ଚଳରୁ ଶତାଧିକ ଆଦିବାସୀ ଓ ପାରମ୍ପରିକ ବନବାସୀ ଯୋଗ ଦେଇଥିଲେ। କମିଟି ର ଜିଲ୍ଲା ସଂଯୋଜକ ମେଘନାଦ ଖର୍ସେଲ, ଖୁଟୁରାମ ସୁନାନୀ, ଶୁଭ୍ରାଂଶୁ କୁମାର ନାଏକ, ଟୋପଚନ ମାଝି, କ୍ଷୀରସିଂ ମାଝି ପ୍ରମୁଖ ସାମିଲ ରହି କାର୍ଯ୍ୟକାରୀ ନ ହେଲେ ବିରାଟ ଜନ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇ ଆଜିର ସମାବେଶ ରେ ଉପସ୍ଥିତ ଥିଲେ।