ଜୁନାଗଡ଼/କ୍ରାନ୍ତିକ୍ଷେତ୍ର ନ୍ୟୁଜ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଛୋରିଆଗଡ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ଗୁଣିଗାରେଡ଼ି ସନ୍ଦେହରେ ସାନ ଭାଇକୁ ମାରି ଦେଇଛି ନିଜ ବଡ଼ ଭାଇ। ମୃତକ ହେଲେ ଜୁଗଳ ବାଗ (୪୫ ବର୍ଷ) ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ବଡ଼ ଭାଇ ଗୋପି ବାଗ (୫୦ ବର୍ଷ), ନିଜ ସାନ ଭାଇ ଜୁଗଳ ବାଗ ଉପରେ ଗୁଣିଗାରେଡ଼ି ସନ୍ଦେହ କରି ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଆକ୍ରମଣରେ ଜୁଗଳ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ଏନେଇ ଗ୍ରାମବାସୀ ଘଟଣା ସମ୍ପର୍କରେ ଜୁନାଗଡ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଅଭିଯୁକ୍ତ ଗୋପି ବାଗଙ୍କୁ ଗିରଫ କରିଥିଲେ। ଗୋପିଙ୍କ ଅବସ୍ଥା ଅସୁସ୍ଥ ଥିବାରୁ ପୋଲିସ ଧର୍ମଗଡ ଡାକ୍ତରଖାନାରଜ ଭର୍ତ୍ତି କରିଥିଲେ। ଏବଂ ଘଟଣାର ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।