କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଅନ୍ୟ ବ୍ଳକର ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ମୋଟେର ପଞ୍ଚାୟତ ପ୍ରଶାସନ ପକ୍ଷରୁ କୁସୁମଖୁଣ୍ଟି ମୌଜାରେ ଥିବା ଚାରୋଟି ମାର୍କେଟ କମ୍ପ୍ଲେକ୍ସକୁ ବିନା ନିଲାମରେ ଟେକି ଦିଆଯାଇଛି। ଯାହାକୁ ନେଇ କୁସୁମଖୁଣ୍ଟି ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏନେଇ ଗ୍ରାମବାସୀ ସୋମବାର କୋକସରା ବିଡ଼ିଓଙ୍କ ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି। ଏବଂ ତଦନ୍ତ କରି ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି।
ବିଡ଼ିଓ, ତହସିଲଦାରଙ୍କ ଦ୍ବାରସ୍ଥ ହେଲେ କୁସୁମଖୁଣ୍ଟି ଗ୍ରାମବାସୀ
ମୋଟେର ପଞ୍ଚାୟତ ପକ୍ଷରୁ ୨୬ ନମ୍ବର ଜାତୀୟ ରାଜପଥ କଡ଼ କୁସୁମଖୁଣ୍ଟି ମୌଜାରେ ପଞ୍ଚାୟତ ପ୍ରଶାସନ ପକ୍ଷରୁ ଦିର୍ଘ ବର୍ଷ ହେଲା ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ହୋଇ ରହିଛି। ହେଲେ ତାହା ସରକାରୀ ସ୍ତରରେ ନିଲାମ ଡକାଯାଇ ନାହିଁ, କିମ୍ବା ସ୍ଥାନୀୟ କୈାଣସି ବ୍ୟକ୍ତିଙ୍କୁ ଏହି କମ୍ପ୍ଲେକ୍ସ ଦିଆ ଯାଇନାହିଁ। କିନ୍ତୁ ନିଲାମ ନହେବା ସତ୍ତ୍ୱେ ଜଣେ ପ୍ରଭାବଶାଳୀ ବ୍ୟକ୍ତି ତା’ ପୁଣି ବ୍ଲକ ବାହାରର ଲୋକଙ୍କୁ ପଞ୍ଚାୟତ ପକ୍ଷରୁ ଚାରି କୋଠରୀ ବିଶିଷ୍ଟ ଏହି କମ୍ପ୍ଲେକ୍ସ କୁ କିଭଳି ଭାବେ ଭାଙ୍ଗି ଢ଼ାବା ଖୋଲିବାକୁ ଅନୁମତି ଦିଆଯାଇଛି। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଆଶା ଥିଲା ଏହି କମ୍ପ୍ଲେକ୍ସ ନିର୍ମାଣ ହୋଇ ନିଲାମ ଡକା ହେବାପରେ ସ୍ଥାନୀୟ କିଛି ବେରୋଗାର ଯୁବକ, ଯୁବତୀ ଦୋକାନ ବଜାର କରି ଆତ୍ମନିର୍ଭରଶୀଲ ହୋଇ ପରିବାର ପ୍ରତିପୋଷଣ କରିବେ। କିନ୍ତୁ ସେହିପରି ହେଲାନାହିଁ, ଏବଂ ଜଣକ ହାତରେ ଚାରୋଟି କମ୍ପ୍ଲେକ୍ସ କୁ ପଞ୍ଚାୟତ ପକ୍ଷରୁ ଟେକି ଦିଆଯାଇଛି। ଏଣେ ସ୍ଥାନୀୟ ଲୋକେ ପଞ୍ଚାୟତର ଏପରି କାର୍ଯ୍ୟଧାରାକୁ ବିରୋଧ କରିବା ସହ ସାମୁହିକ ଭାବରେ କେମିତି ଅଧିକ ଲୋକ ରୋଜଗାର କ୍ଷମ ହେଇପାରିବେ, ଏବଂ କମ୍ପ୍ଲେକ୍ସ କୁ ଲାଗି ରହିଥିବା ସରକାରୀ ଜମିକୁ ଚିହ୍ନଟ କରି କିଛି ସରକାରୀ ଉପଯୋଗ କିମ୍ବା ନୂତନ କମ୍ପ୍ଲେକ୍ସ ନିର୍ମାଣ କରିବା ନେଇ ଆଜି କୁସୁମଖୁଣ୍ଟି ଗ୍ରାମର ଶତାଧିକ ଲୋକଙ୍କ ଦସ୍ତଖତ ସମ୍ବଳିତ ଏକ ଅଭିଯୋଗ ପତ୍ର କୋକସରା ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ ଓ କୋକସରା ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନାଙ୍କୁ ପ୍ରଦାନ କରାଯାଇଛି। ବିଡ଼ିଓ ଡ଼.ମାଝୀ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି। ସେହିପରି ନୂତନ ଭାବରେ ତିଆରି ହେବାକୁ ଥିବା ମାର୍କେଟ କମ୍ପ୍ଲେକ୍ସ ଜାଗା ଚିହ୍ନଟ ପରେ ନିର୍ମାଣ ହେବ ବୋଲି ଅତିରିକ୍ତ ତହସିଲଦାର ଶ୍ରୀଜେନା କହିଥିବା ଜଣାପଡିଛି।