ଅଗ୍ନିଶମ ବିଭାଗ ପକ୍ଷରୁ ଚହଲାରୁ ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର

କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କୋକସରା ଥାନା ରେଙ୍ଗାପାଲି ଗ୍ରାମର ଏକ ଚହଲାରୁ ସୋମବାର ସନ୍ଧ୍ୟାରେ ଅଗ୍ନିଶମ ବିଭାଗ ଦ୍ବାରା ଜଣେ ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର ହେଉଛି। ମୃତ ବୃଦ୍ଧା ଜଣକ ରେଙ୍ଗାପାଲି କଟାପଡାର ମକର ଚଣ୍ଡିଙ୍କ ସ୍ତ୍ରୀ ସନ୍ତା ଚଣ୍ଡୀ(୬୩) ବୋଲି ଜଣାପଡ଼ିଛି। ସେ’ ଛେଲି ଚଳାଇ ଆଜି ସନ୍ଧ୍ୟାରେ ଘରକୁ ଫେରୁଥିବାବେଳେ ବାଟରେ ଥିବା ଏକ ଚହଲା କୁ ଯାଇଥିଲେ। ତେବେ ଅସାବଧାନତା ହେତୁ ସେ ଗଭୀର ପାଣିରେ ବୁଡ଼ି ଯାଇଥିଲେ। ଏହାପରେ ସ୍ଥାନୀୟ ଲୋକେ ତାଙ୍କ ପରିବାରକୁ ଖବର ଦେଇଥିଲେ। ପରିବାର ଲୋକ କୋକସରା ଅଗ୍ନିଶମ ବିଭାଗକୁ ଖବର ଦେବାପରେ ଓଆଇସି ପ୍ରଶାନ୍ତ କୁମାର ବାଘଙ୍କ ନେତୃତ୍ବରେ କର୍ମଚାରୀ ସୁନିଲ ରଞ୍ଜନ ବାରଲା, ରାଧେଶ୍ୟାମ ପ୍ରଧାନୀ, ଦିଗାମ୍ବର ଶବର, ସତ୍ୟମ୍ ଶିବମ ମାଝୀ ପ୍ରମୁଖ ପହଞ୍ଚି ଦିର୍ଘ ସମୟର ଅକ୍ରିଳାନ୍ତ ଶ୍ରମ ପରେ ଗଭୀର ପାଣି ଭିତରୁ ବୃଦ୍ଧାଙ୍କ ମୃତ୍ୟୁ ଦେହ ଉଦ୍ଧାର କରି ପରେ କୋକସରା ଥାନା ପୁଲିସକୁ ଶବ ହସ୍ତାନ୍ତର କରିଥିବା ଜଣାପଡିଛି।