ତେନ୍ତୁଳୀଖୁଣ୍ଟିରେ ତ୍ରିରଙ୍ଗା ଶୋଭା ଯାତ୍ରା

ନବରଙ୍ଗପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନାଦଳେଇ) : ଭାରତୀୟ ସେନାର ଅପରେଶନ ସିନ୍ଦୂର ରେ ସଫଳତା କୁ ନେଇ ସମଗ୍ର ଦେଶବାସୀ ଗର୍ବିତ ଓ ଉତ୍ସାହିତ ଥିବା ବେଳେ ଦେଶର ବୀର ସନ୍ତାନଙ୍କୁ ସମ୍ନାନ ଜଣାଇବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି ତ୍ରିରଙ୍ଗା ଶୋଭାଯାତ୍ରା,ଭାରତୀୟ ସେନା ବାହିନୀ ର ବୀରତ୍ଵ,ପରାକ୍ରମ ଓ ପରାକାଷ୍ଠା କୁ ସମ୍ମାନ ଜଣାଇ ସେମାନଙ୍କୁ ଉତ୍ସାହିତ କରିବା ନେଇ ନବରଙ୍ଗପୁର ଜିଲ୍ଲାର ତେନ୍ତୁଳୀଖୁଣ୍ଟି ବ୍ଳକଠାରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଖାତିଗୁଡା ମହା ବିଦ୍ୟାଳୟ ଠାରୁ ତ୍ରିରଙ୍ଗା ଶୋଭାଯାତ୍ରା ବାହାରି ତେନ୍ତୁଳୀଖୁଣ୍ଟି ବ୍ଳକ କୃମାକୋଟ ଛକ ନିକଟ ଆମ୍ବ ତୋଟା ଠାରେ ପହଂଚି ଥିଲା। ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ,ତେନ୍ତୁଳୀଖୁଣ୍ଟି ବିଡ଼ିଓ ମନୋଜ ପାଣିଗ୍ରାହୀ ଶୋଭାଯାତ୍ରାର ନେତୃତ ନେଇଥିଲେ। ଭାରତ ମାତା ର ଜୟଗାନ କରି ହାତ ରେ ତ୍ରିରଙ୍ଗା ଧରି ସମସ୍ତେ ଖାତିଗୁଡା ରୁ ବାଇକରେ ବାହାରି ଗ୍ରାମ ଗୁଡିକ ପରିକ୍ରମା ପରିକ୍ରମା କରିଥିଲେ। ଭାରତ ବର୍ଷ ର ଏକତା ଅଖଣ୍ଡତା କୁ ବଜାୟ ରଖିବା ସହ ଆତଙ୍କବାଦ ର ମୂଳତ୍ପାଟନ ପାଇଁ ଭାରତୀୟ ସେନା ସଦା ତତ୍ପର, ସେମାନଙ୍କ ଅସୀମ ବୀରତ୍ୱ ଓ ବଳିଦାନ ପାଇଁ ସେମାନେ ଚିର ନମସ୍ୟ ବୋଲି ଏହି ଅବସରରେ ରେ ମତ ପ୍ରକାଶ ପାଇଥିଲେ। ଏହି ଶୋଭାଯାତ୍ରା ରେ ତେନ୍ତୁଳୀଖୁଣ୍ଟି ବ୍ଳକ ପ୍ରଶାସନିକ ଅଧିକାରୀ, ଜନ ପ୍ରତିନିଧିଙ୍କ ସମେତ ସମସ୍ତ ବର୍ଗ ର ବ୍ୟକ୍ତିବିଶେଷ ବେଶ ଉତ୍ସାହ ଓ ଉଦ୍ଦୀପନା ର ସହ ଅଂଶ ଗ୍ରହଣ କରିଥିଲେ।