ଲୋକଙ୍କ ଆରୋଗ୍ୟ କାମନା କଲେ ବିଡ଼ିଓ

ନବରଙ୍ଗପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ମୁନ୍ନା ଦଳେଇ): ବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକର ବିଡ଼ିଓ ମନୋଜ କୁମାର ପାଣିଗ୍ରାହି ତେନ୍ତୁଳୀଖୁଣ୍ଟି ବ୍ଲକରେ ପାଦ ଦେବା ଦିନଠାରୁ ଆଜି ପର୍ଯନ୍ତ ଲୋକଙ୍କ ସେବା କରିଆସୁଛନ୍ତି। ବୃଦ୍ଧ, ବୃଦ୍ଧା, ପଥଚାରି, ଘଟଣା, ଦୁର୍ଘଟଣାରେ ମଧ୍ୟ ସହଯୋଗ କରି ଆସୁଛନ୍ତି ବିଡ଼ିଓ ମନୋଜ ପାଣିଗ୍ରାହି । ମଙ୍ଗଳ ବାର ଦିନ ତେନ୍ତୁଳୀଖୁଣ୍ଟି ନୂତନ ହନୁମାନ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିବା ସହ ଅଞ୍ଚଳ ବାସୀଙ୍କ ଆରୋଗ୍ୟ କାମନା କରିଥିଲେ।ଏଥି ସହିତ ଭଗବାଙ୍କ ସମ୍ମୁଖରେ ଭଜନ ଗାନ କରିବା ସହ ମୃଦଙ୍ଗ ବଜେଇ ଥିଲେ ବିଡ଼ିଓ ମନୋଜ। ବିଡ଼ିଓଙ୍କ ଗୀତ ଶୁଣି ମନ୍ଦିରରେ ଥିବା କିଛି ଭକ୍ତ ଭଜନ ଗାଇବା ସହ ବିଡ଼ିଓଙ୍କୁ ଉତ୍ସାହିତ କରିଥିବା ଦେଖିବାକୁ ମିଳିଥିଲା।