ନବରଙ୍ଗପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲାରେ ୨୦୨୪/୨୫ ରବି ଧାନମଣ୍ଡି ଉଦଘାଟିତ ହୋଇଯାଇଛି। ଏନେଇ ଆରଏମସି କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ଅତିରିକ୍ତ ଜିଲ୍ଲାପାଳ ତପନ ଖୁଣ୍ଟିଆ, ଉପଜିଲ୍ଲାପାଳ ପ୍ରକାଶ ମିଶ୍ର,ଜିଲ୍ଲା ଯୋଗାଣ ଅଧିକାରୀ ଅଜୟ କୁମାର ମଲ୍ଲିକ ଯୋଗଦାନ କରି ଧାନମଣ୍ଡି ଉଦଘାଟନ କରିଥିଲେ। ଜିଲ୍ଲାରେ ୫ଟି ସ୍ଥାନରେ ମଣ୍ଡି ଖୋଲିଥିବା ବେଳେ ୩ଟି ଲ୍ୟାମ୍ପ, ୨ଟି ଡୋବୁଲୁ ଏସ ହେଚ ଜି ଓ ୨ ଟି ପାଣି ପଂଚାୟତ ମାଧ୍ୟମରେ ଧାନ କ୍ରୟ କରାଯିବ। ଚଳିତ ବର୍ଷ ୧୦୫୨ ଜଣ ଚାଷୀଙ୍କର ୩୦୬୨ ଟି ପ୍ଲଟ ପାଇଁ ରେଜିଷ୍ଟ୍ରେସନ କରାଯାଇଛି। ପ୍ରଶାସନ ପକ୍ଷରୁ ସମସ୍ତ ସର୍ଭେ ପରେ ଜମି ରେ ଚାଷ ହୋଇ ନ ଥିବା ରୁ ୪୪ ଜଣ ଚାଷୀ ଙ୍କ ନାଁ କଟାଯାଇଛି। ବର୍ତ୍ତମାନ ୧୦୦୮ ଜଣ ଚାଷୀ କାୟମ ରହିଛନ୍ତି ଏବଂ ସେମାନେ ମଣ୍ଡିରେ ଧାନ ବିକ୍ରି କରିପାରିବେ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି। ସମୁଦାୟ ୩୦୬୨ ଟି ପ୍ଲଟ ରୁ ୭୧୫ ଟି ପ୍ଲଟ ସେଟେଲାଇଟ ସର୍ଭେରୁ ସନ୍ଦେହ ଘେରରେ ଆସିବାରୁ ତାହା ସର୍ଭେ ଚାଲୁଛି। ବର୍ତମାନ ସୁଦ୍ଧା ୭୧୫ ଟି ପ୍ଲଟରୁ ୬୪୦ ଟି ପ୍ଲଟ ସର୍ଭେ କରାଯାଇଥିବା ବେଳେ କେବଳ ୪୧ ଟି ପ୍ଲଟରେ ହିଁ ଧାନଚାଷ କରିଥିବା ସ୍ପଷ୍ଟ ହୋଇଛି। ଗତବର୍ଷ ଜିଲ୍ଲାରେ ୧୦ ହଜାର ୯୦୦ କ୍ୱିଣ୍ଟାଲ ଧାନ କ୍ରୟ କରାଯାଇଥିଲା ବେଳେ ବର୍ତମାନ ପ୍ରଥମ ପର୍ଯ୍ୟାୟ ରେ ୮୭୫୦ କ୍ୱିଣ୍ଟାଲ ଧାନ କ୍ରୟ କରିବାକୁ ଟାର୍ଗେଟ ଆସିଛି। ଜିଲ୍ଲାର ୧୦ ଟି ମିଲର ଏହି ରବି ମଣ୍ଡି ପାଇଁ ନିୟୋଜିତ ହୋଇ ଧାନ କିଣିବେ। ରାଜ୍ୟ ସରକାର ଙ୍କ ଚାଷୀଙ୍କୁ ପ୍ରୋତ୍ସାହନ ଦେବାକୁ ଯାଇ ଧାନ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା କରିଥିବାରୁ ଚାଷ ପ୍ରତି ଲୋକଙ୍କ ଆଗ୍ରହ ବଢୁଥିବା ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ପ୍ରକାଶ କରିବା ସହ ଚଳିତ ବର୍ଷ ସେଇଥିପାଇଁ ରବି ମଣ୍ଡିରେ ଚାଷୀ ରେଜିଷ୍ଟ୍ରେସନ ବଢ଼ିଥିବା କହିଛନ୍ତି ବିଧାୟକ।