ଝରୀଗାଁ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ଭୁଦେବ ଗଉଡ) : ସରକାରୀ ଜମି ଜବରଦଖଲ ଉଛେଦ ପାଇଁ ସରକାରୀ ନିର୍ଦ୍ଦେଶନାମା ଥିବାବେଳେ ଏହଗ ଜମିକୁ ହାତେଇବା ପାଇଁ ନବରଙ୍ଗପୁର ଜିଲ୍ଲା ଝରିଗାଁରେ କେତେକ ଜମି ମାଫିଆ ମିସି ରିଭିଜନ ନାଁ ରେ ଏକର ଏକର ସରକାରୀ ଜମିକୁ କେତେକ ସରକାରୀ କର୍ମଚାରୀଙ୍କୁ ହାତବାରିସି କରି ନିଜ ନାଁ ରେ କରି ପରବର୍ବିତ୍ତୀ ସମୟରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ସୂଚନା ଯେ’ ଝରିଗାଁ ତହସିଲ ଅନ୍ତର୍ଗତ କୁସୁମୀ ଗାଁ ରାସ୍ତାକୁ ଲାଗି ରହିଥିବା ପ୍ଲଟ ନମ୍ବର ୬୬୨ ସରକାରୀ ଖାତାରେ ଥିଲା, କିନ୍ତୁ ବର୍ତ୍ତମାନ ସେହି ଜମିକୁ ରିଭିଜନ କରି ପ୍ରାୟ ୮ ଏକର ଜମି ବ୍ୟକ୍ତିଗତ ନାଁ ରେ କରାଯାଇଛି। ଏ ବାବଦରେ ମହଣ୍ଡି ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କାର୍ଯନୁଷ୍ଠାନ କିଛି କରାଯାଉ ନାହିଁ। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ଜମି ମାଫିଆ ମାନେ ପ୍ରଥମେ ମୁଖ୍ୟ ରାସ୍ତା କଡରେ ଜମି ଖୋଜୁଛନ୍ତି ଏବଂ ଯେଉଁ ଜମି ରାସ୍ତାରୁ ଭିତରେ ଥିବ ସେଇ ଜମିର ରିଭିଜନ କରି ନିଜ ନାଁ ରେ କଲା ପରେ ଚଡା ଦରରେ ବିକ୍ରି କରୁଛନ୍ତି। ଏଥି ପୂର୍ବରୁ ଏହି ଗ୍ରାମରେ ସରକାରୀ ଜମିକୁ ହଡପ ପାଇଁ ତିନି ଜଣ ରାଜସ୍ୱ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା। କୁସୁମୀ ରାଜସ୍ୱ ନିରୀକ୍ଷକଙ୍କୁ ଏ ବାବଦରେ ଫୋନ ଯୋଗେ ପଚାରିବାରୁ ସେ’ ଏ ବିଷୟରେ ଅବଗତ ନ ଥିବା ଏବଂ ଯେଉଁ ଜମି ରିଭିଜନ କରାଯାଇଛି ସେ’ ସମୟରେ କୁସୁମୀରେ ନଥିବା ପ୍ରକାଶ କରିଥିଲେ।