ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଠାରୁ ରାୟଗଡ଼ା କାଶୀପୁରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା କାଠକୁରା ନିକଟ ସାହୁ ଜଙ୍ଗଲ ଠାରେ ଏକ ବାଇକ୍ ନିୟନ୍ତ୍ରଣ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଫଳରେ ବାଇକ୍ ଚାଳକ ଗୁରୁତର ହୋଇ ପଡ଼ିଥିବାବେଳେ ସୂଚନା ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଗୁରୁତର ଆହତ ବାଇକ୍ ଚାଳକ ହେଉଛନ୍ତି ତଳଝାପି ପଞ୍ଚାୟତ ଅଧିନ ରାଣୀପଦର ଗ୍ରାମର ଘାସିରାମ ନାଏକଙ୍କ ପୁଅ ଶିବ (୩୫)ବୋଲି ଜଣାପଡିଛି। ଗୁରୁତର ଥିବା ଦେଖି ଡାକ୍ତର ତାଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିବା ଜଣାପଡ଼ିଛି।