ସ୍ଥାୟୀ ଲୋକ ଅଦାଲତ ବିଷୟରେ ସଚେତନତା ଶିବିର

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମଧୁସୂଦନ ଠାକୁର) : ତାଲୁକ ଆଇନ ସେବା ସମିତି କେସିଙ୍ଗା ତରଫରୁ ସ୍ଥାନୀୟ ଅଦାଲତ ପରିସରରେ ସ୍ଥାୟୀ ଲୋକ ଅଦାଲତ (ଲୋକ ଉପଯୋଗୀ ସେବା) ର ସ୍ଥାପନା ଏବଂ କାର୍ଯ୍ୟ ପ୍ରଣାଳୀ ତଥା ଆଇନ ସେବା ପ୍ରାଧିକରଣ ଅଧିନିୟମ ୧୯୮୭ ର ବିଭିନ୍ନ ଧାରା ଏବଂ ତତ୍ ସଂଲଗ୍ନ ଉପକ୍ରମ ଉପରେ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ଏଥିରେ କେସିଙ୍ଗା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ତଥା ଅଧ୍ୟକ୍ଷା ତାଲୁକ୍ ଆଇନ ସେବା ସମିତି ଦୀପ୍ତା ସେଠୀ ଯୋଗଦେଇ ଉପରୋକ୍ତ ବିଷୟ ଉପରେ ଆଲୋଚନା କରିଥିଲେ। ସହକାରୀ ସରକାରୀ ଓକିଲ ପ୍ରକାଶ କୁମାର ଦାସ, ବରିଷ୍ଠ ଆଇନଜୀବି ସୌମ୍ୟରଞ୍ଜନ ମିଶ୍ର, ସୌରରଶ୍ମି ନନ୍ଦ, ଦିନେଶ କୁମାର ଭୋଇ, ଗୋଲକ ବିହାରୀ ପ୍ରଧାନ, ଗୁରୁପ୍ରସାଦ ବଗର୍ତ୍ତି, ରଞ୍ଜିତ କୁମାର ଷଡଙ୍ଗୀ, ଗୋଲକ ଚନ୍ଦ୍ର ପଟ୍ଟନାୟକ, ସନ୍ତୋଷ ଦାସଙ୍କ ସମେତ ଅନ୍ୟ ଆଇନଜୀବି, ପାରାଲିଗାଲ ସ୍ୱେଚ୍ଛାସେବୀ ଓ ସାଧାରଣ ଜନତା ଉପସ୍ଥିତ ଥିଲେ।