ଫରଙ୍ଗରେ ଖୋଲିଲା ବ୍ଲକର ପ୍ରଥମ ରବି ଚାଷ ଧାନ ମଣ୍ଡି

ଧର୍ମଗଡ଼/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଢଗ ନାଏକ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଫରଙ୍ଗ ପେକ୍ସ ଫରଙ୍ଗ ଧାନ ମଣ୍ଡି ମଙ୍ଗଳବାର  ଉଦଘାଟିତ ହୋଇଛି। ଜିଲ୍ଲାରେ ତିନୋଟି ମଣ୍ଡି ଖୋଲି ଥିବାବେଳେ ଜୁନାଗଡ଼ ବ୍ଲକର ଦାସୀଗାଁ ଓ ଗୋଲାମୁଣ୍ଡା ବ୍ଲକର ଫରଙ୍ଗ ଧାନ ମଣ୍ଡି ଆଜି ପ୍ରଥମ ଦିନରେ ଖୋଲିଛି। ଗୋଲାମୁଣ୍ଡା ତହସିଲଦାର ଚନ୍ଦନ କୁମାର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। ଉଦଘାଟନ ସମୟରେ ଏସଆର ବିଶ୍ୱନାଥ ସିଂ, ଶ୍ୟାମ ସୁନ୍ଦର ଅଗ୍ରୱାଲ, ପେକ୍ସ ସଭାପତି ଉଦିଆ ନିଆଲ, ପେକ୍ସ ସମ୍ପାଦକ କିରୋଟି ପ୍ରଧାନ, ସ୍ଥାନୀୟ ସରପଞ୍ଚ ପ୍ରତିନିଧି ପୂର୍ଣଚନ୍ଦ୍ର ଭୋଇ, ନୋଡାଲ ଅଫିସର ଉର୍ମିଲା ନାଗ, ଆର.ଏମ.ସି କର୍ମଚାରୀ ତପନ ନାଏକ, ତ୍ରିନାଥ କାଣ୍ଡ, ରତ୍ନାକର ହଂସ, ଧୀରେନ୍ଦ୍ର ହଂସ, ସମେତ ପେକ୍ସ କର୍ମଚାରୀ ଏବଂ ଚାଷୀମାନେ ଉପସ୍ଥିତ ଥିଲେ। ଗୋଲାମୁଣ୍ଡା ବ୍ଲକରେ ଚଳିତ ରବି ଚାଷ ପାଇଁ ୬ଟି ମଣ୍ଡି ଖୋଲିବାର ବ୍ୟବସ୍ଥା ଥିବାବେଳେ ସେଥି ମଧ୍ୟରୁ ଗୋଟିଏ ମଣ୍ଡିରେ ସ୍ଵୟଂ ସହାୟକ ଗୋଷ୍ଠୀ ଧାନ କ୍ରୟ ପାଇଁ ଚୟନ ହୋଇଛି, ଅନ୍ୟ ୫ ଟି ମଣ୍ଡିରେ ପ୍ୟାକ୍ସ ଧାନ କ୍ରୟ କରିବ ବୋଲି ସୂଚନା ମିଳିଛି।