ଝରୀଗାଁ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକର ବକଡାବେଡା ଗ୍ରାମରେ ଆୟୋଜିତ ନାଇଟ କ୍ରିକେଟ ଟୁର୍ନାମେଣ୍ଟ ସୋମବାର ରାତ୍ରି ଫାଇନାଲ ଖେଳରେ କାନାକୋଟ ଓ ବକଡାବେଡା ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏହି ନାଇଟ କ୍ରିକେଟ ଟୁର୍ନାମେଣ୍ଟରେ କାନାକୋଟ ମ୍ୟାଚ ବିଜୟ ହୋଇ ଟୁର୍ନାମେଣ୍ଟରେ ଚାମ୍ପିଅନ ହୋଇଛି । ଟୁର୍ନାମେଣ୍ଟର ପାଇନାଲ ମ୍ୟାଚର ବିଜେତା ଦଳ କୁ ୨୫୦୦୦ଟଙ୍କା ସହ ଏକ ସୁନ୍ଦର ଟ୍ରଫି ଓ ଉପ ବିଜେତା ଦଳକୁ ୧୮୮୦୦ ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା । ନାଇଟ କ୍ରିକେଟ ଟୁର୍ନାମେଣ୍ଟର ପୁରସ୍କାର ବିବରଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଝରିଗାଁ ବିଧାୟକ ନରସିଂହ ଭତ୍ରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଝରୀଗାଁ ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ, ପଞ୍ଚାନନ ବାବଳି, ସୁଜନ ଭକ୍ତ, ଶ୍ୟାମଲାଲ ବିଶ୍ୱାସ, ସନ୍ଦୀପ ମିର୍ଦ୍ଧା , ରଞ୍ଜିତ ଖୁରା, ସନ୍ତୋଷ ରାଓ, ନବ ଭତ୍ରା ପ୍ରମୁଖ ଯୋଗଦେଇ ବିଜେତା ଦକକୁ ଟ୍ରଫି ପ୍ରଦାନ କରିଥିଲେ। ନାଇଟ୍ କ୍ରିକେଟ ଟୁର୍ନାମେଣ୍ଟ କମିଟିର ସଭାପତି ପ୍ରଭାକର, ଉପଉପ ସଭାପତି ସରୋଜ ସମେତ ଗ୍ରାମବାସୀ ପରିଚନାରେ ସହଯୋଗ କରିଥିଲେ।