ଜଳଛତ୍ର ର ଦେଖା ନାହିଁ ; ପଥଚାରି ହନ୍ତ ସନ୍ତ

କର୍ଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର (ପବିତ୍ର ସାହୁ) : କଳାହାଣ୍ଡି ଜିଲ୍ଲାର ଅନେକ ବ୍ଲକରେ ପଥଚାରୀମାନଙ୍କ ପାଇଁ ଜଳଛତ୍ର ଖୋଲା ଯାଇଥିବାବେଳେ ଆଜି ପର୍ଯ୍ୟନ୍ତ କର୍ଲାମୁଣ୍ଡ ବ୍ଲକର ଅନେକ ପଞ୍ଚାୟତରେ ଜଳଛତ୍ର ଦେଖିବାକୁ ମିଳୁନାହିଁ । ବିଶେଷ କରି ବୋରପଦର ଗ୍ରାମ ପଞ୍ଚାୟତର ଅନେକ ନଦୀ, ନାଳ , ନଳ କୂପ ଏବଂ ପୋଖରୀରେ ଜଳ ଶୁଖିଲା ପଡ଼ିଛି। ଫଳରେ ପଥଚାରି ମାନେ ଟୋପାଏ ପିଇବା ପାଣି ପାଇଁ ଡହଳବିକଳ ହେଉଥ‌ିବା ଦେଖିବାକୁ ମିଳୁଛି। ଏହି ବ୍ଲକର ବିଭିନ୍ନ ପଞ୍ଚାୟତରେ ଗ୍ରୀଷ୍ମ ଋତୁର ଆରମ୍ଭରୁ ଜଳ ଜଳଛତ୍ର ଖୋଲିବା ବ୍ୟବସ୍ଥା ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଜଳଛତ୍ରର ଦେଖାନାହିଁ। ବୋରପଦର ସରପଞ୍ଚଙ୍କ ଏଥି ପ୍ରତି ଆନ୍ତରିକତା ନାହିଁ ବୋଲି ସାମାଜିକ କର୍ମୀ ରତ୍ନା କର ସାହୁ, ରମେଶ ସାହୁ, ଅନେକ ବୁଦ୍ଧିଜୀବି ମାନେ ମତ ପ୍ରକାଶ କରିଛନ୍ତି । ଏ ବିଷୟ ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ଯୋଗା ଯୋଗ କରିବାକୁ ଚେଷ୍ଠା କରିଥିଲେ ମଧ୍ୟ ସମ୍ଭବପର ହୋଇ ନଥିଲା। ଯଥା ଶୀଘ୍ର ଜଳ ଜଳଛତ୍ର ଖୋଲିବା ପାଇଁ ବରିଷ୍ଠ ବୁଦ୍ଧିଜୀବୀ ଓ ଜନସାଧାରଣ ଦାବି କରିଛନ୍ତି ।