କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ସିଉନୀଠାରେ ମା’ ମଙ୍ଗଳା କ୍ରିକେଟ କ୍ଳବ୍ ଆନୁକୁଲ୍ୟରେ ଚାଲିଥିବା ଭୈରବ ଦେବ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ଆଜି ଅନୁଷ୍ଠିତ ହୋଇଛି। ଏଥିରେ ଲଡୁଗାଁ ଦଳକୁ ହରାଇ ପାଣିଗାଁ ଦଳ ଚାମ୍ପିଅନ୍ ହୋଇଛି। ଲଡୁଗାଁ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୨ ଓଭରରେ ୭ ଉଇକେଟ ହରାଇ ୧୨୧ ରନ୍ ସଂଗ୍ରହ କରିଥିଲା। ୧୨୨ ରନ୍ ର ବିଜୟ ଲକ୍ଷ ନେଇ ପାଣିଗାଁ ଦଳ ପଡିଆକୁ ଓହ୍ଲାଇଥିବା ବେଳେ ୧୧.୫ ଓଭରରେ ୯ ଉଇକେଟ ବିନିମୟରେ ମ୍ୟାଚ ବିଜେତା ହୋଇ ଟୁର୍ଣ୍ଣାମେଣ୍ଟର ଚାମ୍ପିଅନ ହୋଇଛି। ଆମ୍ପିଆର ଭାବରେ କୁମୁଦ ଚନ୍ଦ୍ର ବେହେରା ଓ ସୁଶାନ୍ତ ସେଠୀ ଖେଳ ପରିଚାଳନା କରିଥିଲେ। ରମେଶ ବାରିକ ଓ ତୁଳସୀରାମ ବାଗ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ। ଫାଇନାଲ ଖେଳର ପୁରସ୍କାର ବିତରଣ ଉତ୍ସବରେ ବରାଡଙ୍ଗା ସମିତି ସଭ୍ୟ ଗୁପ୍ତେଶ୍ୱର ବାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ସିଉନୀ ପ୍ରଧାନ ଶିକ୍ଷକ ଗିରୀଶ ଚନ୍ଦ୍ର ସରାବୁ ମୁଖ୍ୟବକ୍ତା, ପରମେଶ୍ବର ଧ.ମାଝୀ, ହିମାଚଳ ପୁଝାରୀ, କ୍ଷୀରୋଦ ନାଏକ, ସୁମନ୍ତ କୁମାର ପଣ୍ଡା, ସୁଧୀର ଧ.ମାଝୀ, କୁମୁଦ ଚନ୍ଦ୍ର ସେଠୀ, ସୁନୀଲ କୁମାର ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଭୟ ବିଜେତା ଓ ଉପ ବିଜେତା ଦଳକୁ ଟ୍ରଫି ସହ ପୁରସ୍କାର ପ୍ରଦାନ କରିଥିଲେ। ପୁରସ୍କାର ବିତରଣ ଉତ୍ସବ ମଞ୍ଚକୁ ଶିକ୍ଷକ ଇଶ୍ଵରୀ ପ୍ରସାଦ ଅଗସ୍ତି ପରିଚାଳନା କରିଥିବାବେଳେ ଭୁବନେଶ୍ବର ଦିଶାରୀ ଧନ୍ୟବାଦ ଅର୍ପଣ କରିଥିଲେ। ଆୟୋଜକ କମିଟିର କାର୍ତ୍ତିକ ଧ.ମାଝୀ, ଜିତେନ୍ଦ୍ର ନାଏକ, ଅଭିନାଶ ପଣ୍ଡା, ଖଗେଶ୍ବର ନାଏକ, ସୁମିତ ବେହେରା, ସମୀର ବେହେରା, ଦିପକ ମାଝୀ, ମଣ୍ଟୁ ନାଏକ, ରାହୁଲ ମାଝୀ, ଗଣେଶ ନାଏକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।