ନବରଙ୍ଗପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ଜୟପୁର ଠାରେ ଥିବା ଏସ ଏସ କଂଭେକସନ୍ ଠାରେ ଅବିଭକ୍ତ କୋରାପୁଟ ଜିଲ୍ଲାର ରାୟଗଡା, ମାଲକାନଗିରି, କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲାର ପ୍ରତିଯୋଗୀଙ୍କୁ ନେଇ ଏକ ସୁନ୍ଦରୀ ସୁପର ଗ୍ଲାମ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ଅବିଭକ୍ତ କୋରାପୁଟ ଜିଲ୍ଲାର ୧୫ ଜଣଙ୍କୁ ମୋନନୀତ କରାଯାଇଥିବା ବେଳେ ୧୦ ଜଣ ସେଥିରେ ସ୍ଥାନ ପାଇଥିଲେ ସେହି ୧୦ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକର ପୂଜାରୀଗୁଡାର ସୁଶାନ୍ତ କୁମାର ସିଂଙ୍କ ଝିଅ ତମନ୍ନା ରାନୀ ସିଂ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ତମନ୍ନାଙ୍କ ବାପା ସୁଶାନ୍ତ କୁମାର ସିଂ ମାଲକାନଗିରି ଜିଲ୍ଲାରେ ବନପାଳରେ କାର୍ଯ୍ୟ କରୁଥିବାବେଳେ ମାଆ ରାଜେଶ୍ୱରୀ ସିଂ ଗୃହିଣୀ, ପରିବାରରେ ବଡ ଝିଅ ସନ୍ଧ୍ୟା ରାନୀ ସିଂ ସ୍ନାତକ କରୁଥିବା ବେଳେ ସାନଭାଇ ବିଶାଲ ସିଂ ୮ମ ଶ୍ରେଣୀରେ ପଢ଼ୁଥିବା ଥିବା ପ୍ରକାଶ କରିଛନ୍ତି । ଆଗକୁ ତମନ୍ନା ରାଜ୍ୟସ୍ତରୀୟ ଏବଂ ଜାତୀୟ ସ୍ତରରେ ଭାଗ ନେବାକୁ ଇଚ୍ଛୁକ ବୋଲି କହିଛନ୍ତି। ପୂଜାରୀଗୁଡା ଭଳି ଏକ ପଲ୍ଲୀରୁ ଏଭଳି ଗ୍ଲାମର ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପ୍ରଥମ ସ୍ଥାନ ଅଧିକାର କରିଥିବା ଯୋଗୁଁ ସବୁ ମହଲରେ ଶୁଭେଚ୍ଛା ର ସୁଅ ଛୁଟିବା ସହ ଆଗାମୀ ଦିନରେ ତମନ୍ନାର ଉତ୍ତରାତ୍ଵର କାମନା କରିଛନ୍ତି। ପରିବାର ଏବଂ ଆତ୍ମୀୟ ମଧ୍ୟ ଖୁସିବ୍ୟକ୍ତ କରିଥିବା ଦେଖାଦେଇଛି।