ଗୋଲାମୁଣ୍ଡାରେ ବିଜେପିର ତ୍ରିରଙ୍ଗା ଶୋଭାଯାତ୍ରା

ଧର୍ମଗଡ଼/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଢଗ ନାଏକ) : ପହଲଗାମ ଆତଙ୍କୀ ହମଲାର ଉଚିତ ଜବାବ ଦେଇଛନ୍ତି ଭାରତୀୟ ଯବାନ। ପାକିସ୍ତାନ ବିରୁଦ୍ଧରେ ଅପରେସନ ‘ସିନ୍ଦୁର’ ଅଭିଯାନରେ ଭାରତୀୟ ସେନାର ଅସୀମ ତ୍ୟାଗ, ପରାକ୍ରମ ଓ ବୀରତ୍ୱ ଙ୍କୁ ସମ୍ମାନ ଜଣାଇ ଏହି ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଦେଶର କୋଣ ଅନୁକୋଣରେ ଏହି ଯାତ୍ରାରେ ବିଜୟ ଯାତ୍ରା ପାଳନ କରୁଛି ଦେଶ। ସୀମାରେ ଲଢ଼ୁଥିବା ସୈନିକଙ୍କ ମନୋବଳ ବଢାଇବା ଉଦ୍ଦେଶ୍ୟରେ ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ତରଫରୁ ଗୋଲାମୁଣ୍ଡା ବ୍ଲକରେ ଆଜି ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ବ୍ଲକର ଫରଙ୍ଗ ଠାରୁ ଚପରିଆ ପଯ୍ୟନ୍ତ ତ୍ରିରଙ୍ଗା ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ବିଜେପି ରାଜ୍ୟ କାଯ୍ୟକାରିଣୀ ସଦସ୍ୟ ମନୋଜ କୁମାର ମେହେରଙ୍କ ନେତୃତ୍ୱରେ ଗୋଲାମୁଣ୍ଡା ମଣ୍ଡଳ ସଭାପତି ବୈଶାଖୁ କେତକୀ, ଦଶପୁର ସଭାପତି ପ୍ରମୋଦ ପ୍ରଧାନ, ବରିଷ୍ଠ କାର୍ଯକର୍ତ୍ତା ଲକ୍ଷ୍ମୀକାନ୍ତ ବାଗ, ଲଳିତ ପ୍ରଧାନ, ପ୍ରଦୀପ ପଣ୍ଡା, ଧୂଷାସନ ବାଗ, ବରିଷ୍ଠ ବିଜେପି ନେତା ପ୍ରସନ୍ନ ରାଉତ, ଗଣେଶ ରାଉତ, ଅଭିମନ୍ୟୁ ଦାସ ଏବଂ ଗୋଲାମୁଣ୍ଡା ମଣ୍ଡଳ ସାଧାରଣ ସମ୍ପାଦକ ହେମନ୍ତ ବାଗ ଓ ଜ଼ିଲ୍ଲା ଯୁବମୋର୍ଚ୍ଚା ସଦସ୍ୟ ସମୀର ସାହୁ ସମେତ ବ୍ଲକର ବିଭିନ୍ନ ସଂଗଠନ ସମର୍ଥ ଜଣାଇ ସାମିଲ ହୋଇଥିଲେ।